ଭାରତର ଅଭିବୃଦ୍ଧି ୭%ରୁ ଅଧିକ ହେବନି: ନାଗେଶ୍ବରନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଭାରତର ଅଭିବୃଦ୍ଧି ୭%ରୁ ଅଧିକ ହେବନି ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ କହିଛନ୍ତି। ପ୍ରଥମ ଥର ପାଇଁ କୌଣସି ସରକାରୀ ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାରତର ଅଭିବୃଦ୍ଧିକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଛନ୍ତି।

ଫିଚ୍‌ର ସଂଶୋଧିତ ଅଭିବୃଦ୍ଧି ଆକଳନ ୭% ରହିଥିବା ବେଳେ ଏଡିବି ୭%, ରିଜର୍ଭ ବ୍ୟାଙ୍କ ୭%, ଇଣ୍ଡିଆ ରେଟିଙ୍ଗ୍‌ସ ୬.୯%, ଷ୍ଟେଟ୍‌ ବ୍ୟାଙ୍କ ୬.୮%, ଆଇଏମ୍‌ଏଫ୍ ୬.୮%, ସିଟିଗ୍ରୁପ୍ ୬.୭% ଏବଂ ବିଶ୍ବବ୍ୟାଙ୍କ ୬.୫% ରହିଛି। ପୂର୍ବରୁ ଏହି ସବୁ ସଂସ୍ଥା ଆକଳନ କରିଥିଲେ ଯେ ଭାରତର ଅଭିବଅଦ୍ଧି ୭%ରୁ ଅଧିକ ରହିବ। ଶ୍ରୀ ନାଗେଶ୍ବରନ କହିଛନ୍ତି ଯେ ପ୍ରମୁଖ ଦେଶଗୁଡ଼ିକରେ ଭାରତର ଅଭିବୃଦ୍ଧି ସର୍ବାଧିକ ରହିବ।

ସମ୍ବନ୍ଧିତ ଖବର