ମେ ମାସରେ ୧.୪୧ ଲକ୍ଷ କୋଟିର ଜିଏସଟି ରାଜସ୍ବ ସଂଗ୍ରହ, ଓଡ଼ିଶାରୁ ୩୯୫୬ କୋଟି

ନୂଆଦିଲ୍ଲୀ : ନିକଟରେ ସମାପ୍ତ ମେ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୦,୮୮୫ କୋଟିରେ ପହଞ୍ଚିଛି । ଏହା ମେ ୨୦୨୧ ତୁଳନାରେ ୪୪ ପ୍ରତିଶତ ଅଧିକ ହୋଇଥିବା ବେଳେ ଏପ୍ରିଲ ୨୦୨୨ର ରେକର୍ଡ ୧.୬୮ ଲକ୍ଷ କୋଟିର ଜିଏସଟି ରାଜସ୍ବଠାରୁ ୧୬ ପ୍ରତିଶତ କମ ।

ମେରେ ସଂଗ୍ରହ ହୋଇଥିବା ୧୪୦,୮୮୬ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୦୩୬ କୋଟି, ରାଜ୍ୟ ଜିଏସଟି ଟ.୩୨,୦୦୧ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୩,୩୪୫ କୋଟି ଟଙ୍କା ଓ ସେସ ୧୦,୫୦୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ମେ ମାସରେ ଓଡ଼ିଶାରୁ ୩୯୫୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି, ଯାହାକି ମେ ୨୦୨୧ରେ ସଂଗ୍ରହ କରାଯାଇଥିବା ୩୧୯୭ କୋଟି ଠାରୁ ୨୪ ପ୍ରତିଶତ ଅଧିକ ।

ଗତ କାଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟମାନଙ୍କ ଚଳିତ ବର୍ଷ ମେ ମାସ ପର୍ଯ୍ୟନ୍ତ ଜିଏସଟି କ୍ଷତିପୂରଣ ପ୍ରଦାନ କରାଯାଇଛି । କେବଳ ଜୁନ ମାସର କ୍ଷତିପୂରଣ ଦେବା ବାକି ରହିଛି । ଏହା ପରେ ରାଜ୍ୟମାନଙ୍କୁ ଆଉ କ୍ଷତିପୂରଣ ପ୍ରଦାନ କରାଯିବ ନାହିଁ । ଗତ ୨୦୧୭ରେ ଦେଶରେ ଜିଏସଟି ଲାଗୁ କରାଯାଇଥିଲା । ଜିଏସଟି ଆଇନ ଅନୁସାରେ ସରକାର ୫ ବର୍ଷ ପାଇଁ କ୍ଷତିପୂରଣ ଦେବାର ଥିଲା । ଏହି ୫ ବର୍ଷ ଚଳିତ ଜୁନ ମାସରେ ସମାପ୍ତ ହେଉଛି ।

ସମ୍ବନ୍ଧିତ ଖବର