ଭାରତରେ ମୋବାଇଲ ଡାଉନଲୋଡ୍‌ ସ୍ପିଡ୍‌ ପାକିସ୍ତାନଠାରୁ ବି ଖରାପ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ ବଜାର ବୋଲି କୁହାଯାଉଛି । ଭାରତ ଟେଲିକମ କ୍ଷେତ୍ରରେ ଅନେକ ଅଗ୍ରଗତି ହାସଲ କରିଥିବା କୁହାଯାଉଛି । ଭାରତୀୟ ବଜାରରେ ଏୟାରଟେଲ, ଜିଓ ପରି ବଡ଼ ବଡ଼ ଘରୋଇ କମ୍ପାନି ଓ ଭୋଡ଼ାଫୋନ, ଟେଲିନର ପରି ବହୁରାଷ୍ଟ୍ରୀୟ କମ୍ପାନି ସେବା ଯୋଗାଉଛନ୍ତି । ଦେଶରେ ୪ଜି ସେବା ଆରମ୍ଭ ହେବା ପରେ ଟେଲିକମ କ୍ଷେତ୍ରରେ ବିପ୍ଲବ ଆସିଥିବା କୁହାଯାଉଛି । ପୁଣି ଆଗକୁ ୫ଜି ସେବା ଆରମ୍ଭ ହେବ ବୋଲି ପ୍ରଚାର ହେଲାଣି । ଏସବୁ ଦେଖି ଜଣେ ନିଶ୍ଚିତ ଭାବେ କହିବ ଯେ ଭାରତରେ ଟେଲିକମ ସେବାର ମାନ ନିଶ୍ଚିତ ଭାବେ ଭଲ ଥିବ ବୋଲି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ମୋବାଇଲ ଡାଉନଲୋଡ ସ୍ପିଡ୍‌ ପାକିସ୍ତାନଠାରୁ ମଧ୍ୟ ଖରାପ ।

ଅନ୍ତର୍ଜାତୀୟ ସ୍ପିଡ ଟେଷ୍ଟ ସର୍ଭିସ କମ୍ପାନି ଉକଲାର ଏକ ବାର୍ଷିକ ରିପୋର୍ଟ ଅନୁସାରେ ଗତ ନଭେମ୍ବର ମାସରେ ପାକିସ୍ତାନରେ ହାରାହାରି ଡାଉନଲୋଡ ସ୍ପିଡ୍‌ ୧୩.୮ ଏମବିପିଏସ ଥିବାବେଳେ ଭାରତର ଥିଲା ମାତ୍ର ୮.୮୦ ଏମବିପିଏସ୍‌ । ଚୀନରେ ହାରାହାରି ଡାଉନଲୋଡ ସ୍ପିଡ୍‌ ୩୧.୨୨ ଏମବିପିଏସ ଥିବାବେଳେ ଜାପାନରେ ରହିଛି ୨୧.୬୭ ପ୍ରତିଶତ । ଅବଶ୍ୟ ଏହି ରିପୋର୍ଟରେ କୁହାଯାଇଛି ଯେ ଗତ ଏକ ବର୍ଷ ମଧ୍ୟରେ ଭାରତରେ ମୋବାଇଲ ଡାଉନଲୋଡ ସ୍ପିଡ ପ୍ରାୟ ୪୨ପ୍ରତିଶତ ବଢିଛି ।

ଅନ୍ୟପକ୍ଷରେ ଫିକ୍ସଡ୍‌ ବ୍ରଡବ୍ୟାଣ୍ଡ ଡାଉନଲୋଡ ସ୍ପିଡ କ୍ଷେତ୍ରରେ ଭାରତ ପାକିସ୍ତାନଠାରୁ ଆଗୁଆ ଅଛି । ପାକିସ୍ତାନରେ ହାରାହାରି ଡାଉନଲୋଡ ସ୍ପିଡ୍‌ ମାତ୍ର ୬.୧୩ ଏମବିପିଏସ ଥିବାବେଳେ ଭାରତର ରହିଛି ୧୮.୮୨ ଏମବିପିଏସ । ଚୀନର ହାରାହାରି ଡାଉନଲୋଡ ସ୍ପିଡ୍‌ ମାତ୍ର ୬୧.୧୩ ଏମବିପିଏସ ଓ ଆମେରିକାର ରହିଛି ୭୫.୯୪ ଏମବିପିଏସ ।

ସମ୍ବନ୍ଧିତ ଖବର