ଭାରତର ସବୁଠାରୁ ଧନୀ ମହିଳା କିଏ ?

ନୂଆଦିଲ୍ଲୀ : ଭାରତ ସବୁଠାରୁ ଧନୀ ବ୍ୟକ୍ତି କହିଲେ, ଆମ ମନକୁ ଆସେ ମୁକେଶ ଅମ୍ବାନୀ, ଗୌତମ ଅଦାନୀ ଆଦି ଶିଳ୍ପପତିଙ୍କ ନାମ । କିନ୍ତୁ ଭାରତର ସବୁଠାରୁ ଧନୀ ମହିଳା କିଏ ? ଏହାର ଉତ୍ତର ହେବ ସାବିତ୍ରୀ ଜିନ୍ଦଲ । ସେ ହେଉଛନ୍ତି ଓ.ପି.ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା । ଏହି ଗ୍ରୁପ୍ ଅଧିନରେ ହିଁ ଜେଏସଡବ୍ଲୁ, ଜେଏସପିଏଲ, ଜେଏସଏଲ ଆଦି କମ୍ପାନି ଆସୁଛି ।

୭୨ ବର୍ଷୀୟା ଭାରତର ସବୁଠାରୁ ଧନୀ ମହିଳା ହୋଇଥିବାବେଳେ ଦେଶର ସବୁଠାରୁ ଧନୀ ଲୋତଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛନ୍ତି । ଗତ ୩ ବର୍ଷରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩ ଗୁଣ ବୃଦ୍ଧି ପାଇଛି । ୨୦୨୦ରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୪.୮ ବିଲିୟନ ଡଲାର ଥିବାବେଳେ ୨୦୨୨ରେ ତାହା ୧୭.୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

ଆସାମର ତିନସୁକିଆଠାରେ ମାର୍ଚ୍ଚ ୨୦, ୧୯୫୦ରେ ଜନ୍ମିତ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ସ୍ବର୍ଗତଃ ଓ.ପି.ଜିନ୍ଦଲଙ୍କ ପତ୍ନୀ ତଥା ପୃଥ୍ବୀ, ସଜ୍ଜନ, ନବୀନ ଓ ରତନ ଜିନ୍ଦଲଙ୍କ ମା । ଏହି ଚାରି ପୁଅ ଏବେ ଜିନ୍ଦଲ ଗ୍ରୁପର ବିଭିନ୍ନ କମ୍ପାନିର ପରିଚାଳନା କରୁଛନ୍ତି । ପୁଣି ପ୍ରତି କମ୍ପାନିରେ ସବୁ ଭାଇଙ୍କର ଅଂଶଧନ ରହିଛି । ପୁଣି ପ୍ରତି କମ୍ପାନିରେ ଓପି ଜିନ୍ଦଲଙ୍କ ଥିବା ଅଂଶଧନର ସ୍ବତ୍ତ୍ବ ଏବେ ସାବିତ୍ରୀଙ୍କ ମାଲିକାନାରେ ରହିଛି । ଏଣୁ ପ୍ରତି କମ୍ପାନିର ସଂପତ୍ତି ବଢିବା ସହ ତାଙ୍କର ସମ୍ପତ୍ତି ବଢିଚାଲିଛି ।

 

ସମ୍ବନ୍ଧିତ ଖବର