ଭାରତ ସେୟାର ବଜାର ପଞ୍ଚମ ବଡ଼

ମୁମ୍ବାଇ: ଆଜି ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୩୪୪ ପଏଣ୍ଟ୍‌ ବୃଦ୍ଧି ପାଇ ୬୨,୮୪୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଥିସହିତ ଆଉ ଏକ ବଡ଼ ସଫଳତା ମଧ୍ୟ ମିଳିଛି। ଭାରତର ସେୟାର ବଜାର ପୁଣି ଥରେ ବିଶ୍ବର ପଞ୍ଚମ ବୃହତ୍ତମ ଭାବେ ଉଭା ହୋଇଛି। ଆମେରିକା, ଚୀନ୍, ଜାପାନ ଓ ହଂକଂ ପରେ ପଞ୍ଚମ ସ୍ଥାନରେ ଭାରତ ରହିଛି। ଗତ ଜାନୁଆରିରେ ଭାରତକୁ ଏହି ସ୍ଥାନରୁ ଫ୍ରାନ୍ସ ପଦଚ୍ୟୁତ କରିଥିଲା। ବିଶ୍ବର ସବୁଠୁ ବଡ଼ ଷ୍ଟକ ବଜାର ଆମେରିକାରେ ଥିବା ବେଳେ ତା’ ପଛକୁ ରହଛନ୍ତି ଚୀନ୍, ଜାପାନ, ହଂକଂ, ଭାରତ ଓ ଫ୍ରାନ୍ସ। ଗତ କିଛି ଦିନ ହେଲାଣି ଭାରତୀୟ ସେୟାର ବଜାରରେ ବହୁତ ଭଲ କାରବାର ହେଉଛି। ବିଦେଶୀ ନ‌ିବେଶକମାନେ ମଧ୍ୟ ବିପୁଳ ପରିମାଣର ଇକ୍ବିଟି ସେୟାର କିଣୁଚନ୍ତି। ଗତ ଶୁକ୍ରବାର ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ୬୨୯ ପଏଣ୍ଟ୍‌ ଓ ନିଫ୍ଟି ୧୭୮ ପଏଣ୍ଟ୍‌ ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର