ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶରେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ ହେବା ନେଇ ଆଶଙ୍କା କରାଯାଉଛି। ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ହୋଇଥିବା ଉତ୍ପାଦନ ହାର ଓ ଡିସେମ୍ବର ମାସରେ ହୋଇଥିବା ପ୍ରଦର୍ଶନରୁ ଏହା ଅନୁମାନ କରାଯାଉଛି। ଡିସେମ୍ବର ମାସରେ ତାପଜ ଶକ୍ତି ଉତ୍ପାଦନ ନୈରାଶ୍ୟଜନକ ରହିଛି।
କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ଜାରି କରିଥିବା ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷର ପ୍ରଥମ ନଅ ମାସ ଅର୍ଥାତ୍ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଦେଶରେ ୭.୨ ଗିଗାୱାଟ୍ ତାପଜ ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ପୂରା ବର୍ଷରେ ୧୨.୮୬ ଗିଗାୱାଟ ତାପଜ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ଡିସେମ୍ବରଳ ମାସରେ ତାପଜ ଶକ୍ତି କ୍ଷେତ୍ରରେ କୌଣସି ଅତିରିକ୍ତ ଉତ୍ପାଦନ କ୍ଷମତା ବିନିଯୋଗ ହୋଇ ପାରି ନାହିଁ। ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଜମି ଅଧିଗ୍ରହଣ ସମସ୍ୟା ଦେଇ ଗତି କରୁଥିବା ବେଳେ କେତେକ ନିର୍ମାଣାଧୀନ ପ୍ରକଳ୍ପକୁ ଉପଯୁକ୍ତ ଉପକରଣ ମିଳି ପାରୁ ନଥିବାରୁ ସେଗୁଡ଼ିକ ଉତ୍ପାଦନକ୍ଷମ ହେବା ବିଳମ୍ବ ହେଉଛି।
ଆହୁରି ପଢ଼ନ୍ତୁ: India-US Trade Deal: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଚିନ୍ତାରେ କାଶ୍ମୀର ଚାଷୀ
୨୦୨୫ରେ ଦେଶରେ ତାପଜ ଶକ୍ତି ଉତ୍ପାଦନ କ୍ଷମତାରେ ଅତିରିକ୍ତ ୧୫.୪ ଗିଗାୱାଟ ସଂଯୋଗ କରିବାର ଲକ୍ଷ୍ୟ ଥିଲା। କିନ୍ତୁ ୪.୫ ଗିଗାୱାଟ ସଂଯୋଗ ହୋଇପାରିଛି। ଚଳିତ ବର୍ଷ ମଧ୍ୟ ୯.୪ ଗିଗାୱାଟ ସଂଯୋଗ ହୋଇପାରିବାର ଆଶା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/12/electriccity-2025-08-12-01-53-42.jpg)