ସେୟାର ବଜାର ପାଇଁ ବ୍ଲାକ ଫ୍ରାଇଡେ: ମାତ୍ର ୨ଘଣ୍ଟାରେ ସାଢେ ୭ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ: ସେୟାର ବଜାର ପାଇଁ ବ୍ଲାକ ଫ୍ରାଇଡେ । କ୍ରାସ୍ ହେଲା ସେୟାର ମାର୍କେଟ୍ । ଆଜି ସେନସେକ୍ସ ୧୬୮୭.୯୪ ପଏଣ୍ଟ ହ୍ରାସ ପାଇବା ପରେ କ୍ରାସ୍ ହୋଇଛି ସେୟାର ମାର୍କେଟ୍ । ଫଳରେ ଦୁଇ ଘଣ୍ଟାର ଟ୍ରେଡିଂ ସେସନରେ ସାଢେ ୭ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇସାରିଛି । ୭ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି ।

ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି । ଭାରତୀୟ ସେୟାର ବଜାରରେ ଦୁଇ ସପ୍ତାହ ହେବ ସେୟାର ବଜାର ଖସୁଥିବାର ଦେଖିବାକୁ ମିଳୁଥିଲା । ହେଲେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଭୟ ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡି କରାଯାଇଛି  । ଏହା ପୂର୍ବରୁ ଅନେକ ୟୁରୋପୀୟ ଦେଶ କରୋନାର ମାମଲା ବଢୁଥିବାରୁ ଲକଡାଉନ ଘୋଷଣା କରିଛନ୍ତି ।

କାହିଁକି ଖସୁଛି ସେୟାର ବଜାର ?

– ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଚିହ୍ନଟ
– ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି
– ବିଶ୍ୱର ବିଭିନ୍ନ ଦେଶରେ କଟକଣା କଡାକଡି
– ଲକଡାଉନ ଭଳି କଡା କଟକଣା ପୁଣି ଲାଗୁ
– ବିଦେଶୀ ନିବେଶକଙ୍କ ସେୟାର ବିକ୍ରି
– କମୁଛି ବ୍ରାଣ୍ଡ ଭ୍ୟାଲ୍ୟୁ

ସମ୍ବନ୍ଧିତ ଖବର