ଭୁବନେଶ୍ବର: ଓଡ଼ିଶାରୁ ସୃଷ୍ଟି ହୋଇଥିବା ଷ୍ଟାର୍ଟଅପ୍ ସଂସ୍ଥା ଏୟୁ୍ୟୁଏମ୍ ପ୍ଲାଟଫର୍ମସ୍ର ନୂଆ ପିପିଇ କିଟ୍ ‘ସ୍ବାସ୍ନେର୍ ପିପିଇ’କୁ ଆଜି ଉନ୍ମୋଚନ କରାଯାଇଛି। ଆପ୍ର ରାଜ୍ୟସଭା ସାଂସଦ ସୁଭାଷ ସିଂହ, ନାଲ୍କୋର ନିର୍ଦେଶକ ରାଧାଶ୍ୟାମ ମହାପାତ୍ର ଓ ଷ୍ଟାର୍ଟଅପ୍ ଓଡ଼ିଶାର ବରିଷ୍ଠ ମିସନ ସହକାରୀ ରଶ୍ମୀ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଏହି ପିପିଇକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏୟୁୟୁଏମ୍ ପ୍ଲାଟଫର୍ମସ୍ର ପ୍ରତିଷ୍ଠାତା ଓ ସିଇଓ ସମ୍ବିତ ନାୟକ ଉପସ୍ଥିତ ଥିଲେ। ଅଟଳ ଇନ୍କୁବେସନ ସେଣ୍ଟର୍ (ଏଆଇସି)-ନାଳନ୍ଦାର ଷ୍ଟାର୍ଟଅପ୍ ଲଞ୍ଚ୍ପ୍ୟାଡ୍ ଅଭିଯାନ ଅଧୀନରେ ଏହି ନୂଆ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। ବର୍ତ୍ତମାନ ଏଆଇସି-ନାଳନ୍ଦା ଅଧୀନରେ ୩୫ଟି ଷ୍ଟାର୍ଟଅପ୍ ସଂସ୍ଥା ରହି ଉତ୍ପାଦ ଓ ସେବା ବିକଶିତ କରୁଛନ୍ତି। ଆଜି ଉନ୍ମୋଚନ କରାଯାଇଥିବା ପିପିଇକୁ ପରିବେଶ ମିତବ୍ୟୟିତା, ସୁଲଭ ମୂଲ୍ୟ ଆଦିକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି। କୋଭିଡ୍ ମହମାରୀ ପରବର୍ତ୍ତୀ ସମୟର ଆବଶ୍ୟକତାକୁ ନଜରରେ ରଖି କଂପାନି ଏହାକୁ ତିଆରି କରିଛି। ଏହି ପିପିଇ ଦେଶବିଦେଶ ବଜାରରେ ଆଦୃତ ହୋଇପାରିବ ବୋଲି ଶ୍ରୀ ସିଂହ କହିଛନ୍ତି।
ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥାର ସ୍ବଦେଶୀ ପିପିଇ କିଟ୍
/sambad/media/post_attachments/wp-content/uploads/2021/10/h7h98sf7h984h654h654h65fshfhfhhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)