ଇଣ୍ଡିଗୋର ୧୩୦ ବିମାନ ଉଡ଼ାଣ ବାତିଲ ହେବ

ମୁମ୍ବାଇ: ପାଇଲଟ ଅଭାବ ଓ ଅନ୍ୟାନ୍ୟ କାରଣରୁ ଲଗାତାର ଗତ କିଛିଦିନ ବିମାନ ଉଡ଼ାଣ ରଦ୍ଦ କରି ଆସୁଥିବା ଇଣ୍ଡିଗୋ ଶୁକ୍ରବାର ପାଇଁ ୧୩୦ଟି ବିମାନ ଉଡ଼ାଣ ବାତିଲ କରିଛି। ଏହି କମ୍ପାନି ଦୈନିକ ପ୍ରାୟ ୧୩୦୦ ବିମାନ ଉଡ଼ାଣ କରୁଥିବାବେଳେ ଶୁକ୍ରବାର ପ୍ରାୟ ୧୦ ପ୍ରତିଶତ ଉଡ଼ାଣ ବନ୍ଦ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ତେବେ ଇଣ୍ଡିଗୋର ପ୍ରବକ୍ତା ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଉଲଫଗ୍ୟାଙ୍ଗ୍ ପ୍ରକ୍ ସାଉରଙ୍କ ନିକଟକୁ ପ୍ରେରଣ ହୋଇଥିବା ‌ଇ-ମେଲର ଉତ୍ତର ସମ୍ବାଦ ଲେଖାହେବା ପର୍ଯ୍ୟନ୍ତ ମିଳିନାହିଁ।

ସମ୍ବନ୍ଧିତ ଖବର