ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର, ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ପାଆନ୍ତୁ,

ନୂଆଦିଲ୍ଲୀ : ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର ଘୋଷଣା କରାଯାଇଛି । ଏହା ମାଧ୍ୟମରେ କମ୍ପାନି ତରଫରୁ ସର୍ବନିମ୍ନ ୮୯୯ ଟଙ୍କାରେ ଘରୋଇ ଫ୍ଲାଇଟ ଓ ସର୍ବନିମ୍ନ ୩୩୯୯ ଟଙ୍କାରେ ଇଣ୍ଟରନାସନାଲ ଫ୍ଲାଇଟ ଟିକେଟ ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଟିକେଟ କାଟିବାକୁ ପଡିବ ।  ମୋଟ ୧୦ ଲକ୍ଷ ସିଟ ପାଇଁ ଏହି ଅଫର ଲାଗୁ ହେବ । ଏହି ଅଫର ସମୟ ମଧ୍ୟରେ ଟିକେଟ କାଟିଥିବା ଯାତ୍ରୀଙ୍କୁ ନଭେମ୍ବର ୮ରୁ ଏପ୍ରିଲ ୧୫ ୨୦୧୯ ମଧ୍ୟରେ ଯାତ୍ରା କରିବାକୁ ହେବ । ଦିପାବଳୀ ଭାରତର ସବୁଠାରୁ ଆନନ୍ଦଦାୟକ ଉତ୍ସବ ହୋଇଥିବା ବେଳେ ତାହାକୁ ଦୁଇଗୁଣିତ କରିବାକୁ କମ୍ପାନି ମାତ୍ର ୮୯୯ ଟଙ୍କାରେ ଏୟାର ଟିକେଟ ପ୍ରଦାନ କରୁଛି । ଏହା ଫଳରେ ଯାତ୍ରୀମାନେ ଅଳ୍ପ ଖର୍ଚ୍ଚରେ ବିମାନ ଯାତ୍ରା କରିପାରିବେ ବୋଲି କମ୍ପାନିର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଓ୍ବିଲିୟମ ବୋଲଟର କହିଛନ୍ତି । ତେବେ ଇଣ୍ଡିଗୋ ପକ୍ଷରୁ ଏହି ଅଫର ଘୋଷଣା ହେବା ପରେ ଅନ୍ୟ କମ୍ପାନିମାନେ ମଧ୍ୟ ସମାନ ଅଫର ଘୋଷଣା କରିପାରନ୍ତି । ତେବେ ଶସ୍ତା ଦର ଯୋଗୁଁ ଭାରତୀୟ ବିମାନସେବା ଶିଳ୍ପ ଏବେ ସଂକଟ ଦେଇ ଗତି କରୁଛି ।

ସମ୍ବନ୍ଧିତ ଖବର