ଦିଲ୍ଲୀରୁ ଦେଓଘର ବିମାନ ଉଡ଼ାଇଲେ ବିଜେପି ସାଂସଦ, ଏଣିକି ପ୍ରତିଦିନ କରିବ ଚଳାଚଳ

ନୂଆଦିଲ୍ଲୀ: ଆଜିଠାରୁ ଝାଡ଼ଖଣ୍ଡର ଦେଓଘରଠାରୁ ଦିଲ୍ଲୀ ଏବଂ ଦିଲ୍ଲୀଠାରୁ ଦେଓଘରକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋର ୧୮୦ ଆସନ ବିଶିଷ୍ଟ ବିମାନ ଦିଲ୍ଲୀରୁ ଉଡାଣ କରି ସନ୍ଧ୍ୟାରେ ଦେଓଘରରେ ପହଞ୍ଚିଥିଲା ​​| ତେବେ ବଡ କଥା ଯେ ଏହି ବିମାନକୁ ବିଜେପି ସାଂସଦ ଉଡ଼ାଇଥିଲେ | ବିହାରର ସାରଣ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଥିବା ରାଜୀବ ପ୍ରତାପ ରୁଡି ଏବଂ କ୍ୟାପଟେନ ଆଶୁତୋଷ ଶେଖର ଏହି ବିମାନର ପାଇଲଟ୍ ଥିଲେ।

ସୂଚନାନୁସାରେ, ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଜୁଲାଇ ୩୦ ଅପରାହ୍ନରେ ଦେଓଘର ବିମାନ ବନ୍ଦରରେ ପହଞ୍ଚିଥିଲା। ଦିଲ୍ଲୀରୁ ଦେଓଘରକୁ ପ୍ରଥମ ବିମାନ ପାଇଁ ପ୍ରଥମ ଟିକେଟ୍ ବିଜେପି ସାଂସଦ ନିଶିକାନ୍ତ ଦୁବେ କିଣିଥିଲେ।

ତାଙ୍କ ସହ ସାଂସଦ ତଥା ଭୋଜପୁରୀ ଚଳଚ୍ଚିତ୍ର ତାରକା ମନୋଜ ତିୱାରୀ, ଗୋରଖପୁର ସାଂସଦ ରବି କିଷନ, ଆଜମଗଡ ସାଂସଦ ଦୀନେଶ ଲାଲ ଯାଦବ ଓରଫ ନିରୁହୁଆ, ସାଂସଦ ଅନୁରାଗ ଶର୍ମା, ସାଂସଦ ପ୍ରବେଶ ବର୍ମା, ସାଂସଦ ସୁନୀଲ ସିଂ, ସାଂସଦ କମଲେଶ ପାସୱାନ ଏବଂ ସୁବ୍ରତ ପାଠକ, ସାଂସଦ ରବୀନ୍ଦ୍ର କୁଶୱାହା ଯାତ୍ରା କରିଥିଲେ | ଦେଓଘର ବିମାନ ବନ୍ଦର ବାବଦରେ ସାଂସଦ ତଥା ବିମାନର ପାଇଲଟ୍ ରାଜୀବ ପ୍ରତାପ ରୁଡ଼ି କହିଛନ୍ତି ଯେ ସମୁଦ୍ର ପତ୍ତନଠାରୁ ୮୦୨ ଫୁଟ ଉଚ୍ଚରେ ଅବସ୍ଥିତ ଦେଓଘର ବିମାନବନ୍ଦର ବର୍ତ୍ତମାନ ୬୫୪ ଏକରରେ ପରିବ୍ୟାପ୍ତ ହୋଇଥିବାବେଳେ ଏହାର ରନୱେ ୨୬୨୦ ମିଟର ଲମ୍ବ ଏବଂ ୪୫ ମିଟର ଚଉଡା ରହିଛି |


ଏଠାରେ ଉଭୟ ଏୟାରବସ୍ ଏ୩୨୦ ଏବଂ ବୋଇଙ୍ଗ ୭୩୭ ବିମାନ ଉଡାଣ ଓ ଅବତରଣ କରିପାରିବ | ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଫ୍ଲାଇଟ୍ ନମ୍ବର 6E 6191 ଦେଓଘରକୁ ପ୍ରତିଦିନ ଯାତାୟତ କରିବ | ଏହି ବିମାନ ଦିନ ୧ଟାରେ ଦିଲ୍ଲୀରୁ ଛାଡି ଦିନ ୨ଟା୪୫ ରେ ଦେଓଘରରେ ପହଞ୍ଚିବ | ସେହିପରି ଏହା ଦିନ ୩ଟା ୧୫ରେ ଦେଓଘରରୁ ଛାଡି ଅପରାହ୍ନ ୫ଟା ୨୦ରେ ଦିଲ୍ଲୀରେ ପହଞ୍ଚିବ |

ସମ୍ବନ୍ଧିତ ଖବର