ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। କମ୍ପାନି ଏପ୍ରିଲ ମାସରେ କର୍ମଚାରୀମାନଙ୍କର ୨୫ ପ୍ରତିଶତ ଦରମା କାଟିବ ବୋଲି ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ପ୍ରତ୍ୟାହାର କରିନେଇଛି। ଫଳରେ ଏପ୍ରିଲ ମାସରେ କୌଣସି କର୍ମଚାରୀଙ୍କର ଦରମା କଟିବ ନାହିଁ। କିନ୍ତୁ ଉଚ୍ଚ ପଦପଦବିରେ କାମ କରୁଥିବା କର୍ମଚାରୀମାନେ ସ୍ବେଚ୍ଛାରେ ସେମାନଙ୍କର ଦରମା କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ନହୋଇଛି ସେ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କୁହାଯାଇଛି। ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏୟାରଲାଇନ୍ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ନିକଟକୁ ଏକ ଇ-ମେଲ୍ ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଲକ୍ଡାଉନ୍ ଅବଧିରେ କର୍ମଚାରୀମାନଙ୍କ ଦରମା ନକାଟିବା ପାଇଁ ସରକାର ବାରମ୍ବାର କମ୍ପାନି ଗୁଡ଼ିକୁ କହୁଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନି ଏପ୍ରିଲ ମାସ ପାଇଁ କର୍ମଚାରୀମାନଙ୍କ ଦରମା ନକାଟିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏହା ପୂର୍ବରୁ କମ୍ପାନି କର୍ମଚାରୀମାନଙ୍କର ଦରମା ୨୫ ପ୍ରତିଶତ କମାଇବ ବୋଲି ଘୋଷଣା କରିଥିଲା। ଟିକଟ ବୁକିଂ ଜାରି ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ନିର୍ଦ୍ଦେଶ ସତ୍ତ୍ବେ ଲକ୍ଡାଉନ୍ ପର ସମୟ ପାଇଁ ଟିକଟ ବୁକିଂ ଜାରି ରଖିଛନ୍ତି। ଦେଶର ୬ଟି ବଡ଼ ଏୟାରଲାଇନ୍ସ ମଧ୍ୟରୁ ୪ଟି କମ୍ପାନି ମେ ମାସର ତୃତୀୟ ସପ୍ତାହ ପାଇଁ ଡୋମେଷ୍ଟିକ୍ ବିମାନରେ ଟିକଟ ବୁକିଂ ଜାରି ରଖିଛନ୍ତି। ଏହି ଚାରିଟି ଏୟାରଲାଇନର ବଜାରଅଂଶ ପ୍ରାୟ ୮୦ ପ୍ରତିଶତ ହେବ।
ଇଣ୍ଡିଗୋ ଏବଂ ଭିସ୍ତାରା ୧ ଜୁନ୍ ପାଇଁ ଟିକଟ ବୁକିଂ କରୁଥିବାବେଳେ ସ୍ପାଇସଜେଟ୍ ଏବଂ ଗୋ ଏୟାର ୧୬ ମେ ପାଇଁ ଟିକଟ ବିକ୍ରି କରୁଛନ୍ତି। ଏୟାର ଇଣ୍ଡିଆ ଏବଂ ଏୟାର ଏସିଆର ୱେବସାଇଟରେ ଏବେ ଟିକଟ ବୁକିଂ ସଂକ୍ରାନ୍ତରେ କୌରସି ସୂଚନା ନାହିଁ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ସବୁ ଏୟାରଲାଇନ ଟିକଟ ବୁକିଂ ଆରମ୍ଭ କରିଦେଇଥିଲେ। କିନ୍ତୁ ଏହାପରେ ଡିଜିସିଏ କହିଥିଲା ଯେଉଁ ପର୍ଯ୍ୟନ୍ତ ସରକାର କୌଣସି ଆଦେଶ ଜାରି କରିନାହାନ୍ତି ସେପର୍ଯ୍ୟନ୍ତ କମ୍ପାନି ଗୁଡ଼ିକ ଟିକଟ ବୁକିଂ ଆରମ୍ଭ କରିବେ ନାହିଁ।
ଇଣ୍ଡିଗୋ କର୍ମଚାରୀଙ୍କ ଦରମା କମିବନି
/sambad/media/post_attachments/wp-content/uploads/2020/01/indigo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)