ଚେକ୍‌-ଇନ୍ ବ୍ୟାଗ୍ ଉପରେ ଫି’ ଲଗାଇବ ଇଣ୍ଡିଗୋ

ନୂଆଦିଲ୍ଲୀ: ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କ ଚେକ୍-ଇନ୍ ବ୍ୟାଗ୍‌ରେ ଫି’ ଲଗାଇବା ବିଷୟରେ ବିଚାର କରାଯାଉଛି। ଯାତ୍ରୀମାନେ ନିଜ ସହିତ ଯେଉଁ ବ୍ୟାଗ୍‌ ନେଇ ବିମାନ ମଧ୍ୟକୁ ପ୍ରବେଶ କରନ୍ତି ସେଗୁଡ଼ିକୁ ଚେକ୍-ଇନ୍ ବ୍ୟାଗ୍‌ ବର୍ଗର ବିଚାର କରାଯାଏ।

ଅନ୍ୟ ବଡ଼ ଲଗେଜ୍‌ଗୁଡ଼ିକ ବିମାନର ଲଗେଜ୍ ରଖିବା ସ୍ଥାନରେ ରଖାଯାଏ। କୋଭିଡ୍ ମହାମାରୀ ବ୍ୟାପିବା ପରେ ବ୍ୟାଗେଜ୍ ଚାର୍ଜ ଆଦି ବହୁ କିଛିକୁ ଟିକଟ ମୂଲ୍ୟରେ ଯୋଡ଼ି ଦିଆଯାଇଥିଲା। ଏବେ କୋଭିଡ୍ ଭୟ ଦୂର ହୋଇ ସ୍ବାଭାବିକ ସ୍ଥିତି ଫେରୁଥିବାରୁ ଟିକଟ ଦାମ୍‌ରୁ ବ୍ୟାଗେଜ୍‌ ଚାର୍ଜକୁ ଅଲଗା କରିବା ବିଷୟରେ ବିମାନ କଂପାନିଗୁଡ଼ିକ ବିଚାର କରୁଛନ୍ତି। ପ୍ରଥମେ ଗୋଏୟାର ଓ ଏବେ ଇଣ୍ଡିଗୋ ନିଜର ବ୍ୟାଗେଜ୍ ଚାର୍ଜ ପୁନର୍ବାର ଲାଗୁ କରିବା ପାଇଁ ଯୋଜନା ରଖିଛନ୍ତି। ଏଥିପାଇଁ ସରକାର ଅନୁମତି ଦେଲେ ବିମାନ ଟିକଟ ଦାମ୍ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର