ପାଇଲଟ୍‌ ଅଭାବ: ୧୩୦ ବିମାନ ଚଳାଚଳ ବାତିଲ୍‌ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ପାଇଲଟ୍‌ ଅଭାବ ହେତୁ ଶୁକ୍ରବାର ମଧ୍ୟ ଅନେକଗୁଡ଼ିଏ ବିମାନ ଚଳାଚଳକୁ ବାତିଲ୍‌ କରି ଦିଆଯାଇଛି। ସୂଚନା ରହିଛି ଯେ ଆଜି ପ୍ରାୟ ୧୩୦ଟି ବିମାନ ଚଳାଚଳକୁ ବାତିଲ କରାଯାଇଛି। ଯେତିକି ବିମାନ ଚଳାଚଳକୁ ବାତିଲ କରାଯାଇଛି ତାହା ଏୟାର୍‌ଲାଇନ୍‌ର ପ୍ରାୟ ୧୦ ପ୍ରତିଶତ ବୋଲି ଜାଣିବାକୁ ମିଳିଛି। ଏ ସଂପର୍କରେ ଇଣ୍ଡିଗୋର ମୁଖପାତ୍ର କହନ୍ତି କି, ବାତିଲ୍‌ ହେବ ବୋଲି ଯେତିକ ବିମାନ ତାଲିକାଭୁକ୍ତ ହୋଇଥିଲା ତାହା ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ବିମାନକୁ ବାତିଲ କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ, ପାଇଲଟ୍‌ ଅଭାବ ହେତୁ ଇଣ୍ଡିଗୋ ଗତ ଛଅ ଦିନ ହେବ ଏପରି କେତେକ ବିମାନ ଚଳାଚଳକୁ ପ୍ରତିଦିନ ବାତିଲ କରି ଚାଲିଛି।

ବେସାମରିକ ବିମାନ ଚଳାଚଳ କମ୍ପାନି ମୁତାବକ, ଇଣ୍ଡିଗୋ ହେଉଛି ଦେଶର ଏକ ବଡ଼ ଏୟାର୍‌ଲାଇନ୍‌। ନିକଟ କିଛି ଦିନ ହେବ ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଏବଂ ହାଇଦ୍ରାବାଦ୍‌ ଆଦିରୁ ଅନେକ ବିମାନ ଚଳାଚଳକୁ କମ୍ପାନି ପକ୍ଷରୁ ବାତିଲ କରି ଦିଆଯାଇଛି। ଶନିବାରଠାରୁ ଏହି ବାତିଲ ପ୍ରଥା ଆରମ୍ଭ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର