୬୦୦ରୁ ଊର୍ଦ୍ଧ୍ୱ ଘରୋଇ ଉଡାଣ ରଦ୍ଦ କରିବେ ଇଣ୍ଡିଗୋ, ଗୋଏୟାର୍‌

ମୁମ୍ବାଇ: ଗୁରୁବାର ଦିନ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଆଭିଏସନ୍‌’ଙ୍କ ଠାରେ ଦାଖଲ ହୋଇଥିବା ଏୟାର୍‌ଲାଇନ୍‌ସ୍‌ର କାଣ୍ଟଛାଣ୍ଟ ଉଡ଼ାଣସୂଚୀ ଅନୁସାରେ, ଇଣ୍ଡିଗୋ ଏବଂ ଗୋଏୟାର୍‌ ଚଳିତ ମାସରୁ ୬୩୦ଟି ଘରୋଇ ଉଡାଣ ବନ୍ଦ ରଖିବ।

ଇଣ୍ଡିଗୋ ୪୮୮ଟି ଉଡାଣ ରଦ୍ଦ କରୁଥିବାବେଳେ ଗୋଏୟାର୍‌ ୧୩୮ଟି ଉଡାଣ ରଦ୍ଦ କରିବ। ନିଜ ନିଜର େଓ୍ଵବ୍‌ସାଇଟ୍‌ରେ ବାତିଲ ହୋଇଥିବା ବିମାନଗୁଡ଼ିକର ତାଲିକା ଅପ୍‌ଲୋଡ୍‌ କରିଛନ୍ତି ସମ୍ପୃକ୍ତ ଏୟାର୍‌ଲାଇନ୍‌ସ୍‌। ଯାତ୍ରୀମାନଙ୍କୁ ବିକଳ୍ପ ବିମାନ ବାଛିବାକୁ କୁହାଯିବ ବା ଅର୍ଥ ଫେରସ୍ତ ଦିଆଯିବ।

ଜାନୁଆରି ମାସରେ ଉଭୟ ଏୟାରଲାଇନ୍‌ସ୍‌ର ବିମାନ ଉଡ଼ାଣ ବାତିଲ ହେବା ଯୋଗୁଁ ୧ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଏୟାର୍‌ଲାଇନସ୍‌ ଗ୍ରୀଷ୍ମକାଳୀନ କାର୍ଯ୍ୟନିର୍ଘଣ୍ଟ୍‌ ଆସନ୍ତା ମାସରେ ଆରମ୍ଭ ହେଉଥିବାରୁ ଆହୁରି ଅଧିକ ଯାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହିଛି।

‘ପ୍ରାଟ୍‌ ଆଣ୍ଡ୍‌ ଓ୍ଵିଣ୍ଟି ୧୧୦୦’ ଇଞ୍ଜିନ୍‌ର ନିରାପତ୍ତା ଉପରେ ୟୁରୋପୀୟ ଏବଂ ଭାରତୀୟ ଆଭିଏସନ୍‌ ରେଗୁଲେଟର୍ସ ଚିନ୍ତା ପ୍ରକଟ କରିବାରୁ ଏହି ସବୁ ଏୟାର୍‌ଲାଇନ୍‌ସ୍‌ର ‘ଏ୩୨୦ନିଓ’ ବିମାନ ସବୁକୁ ରଦ୍ଦ କରାଯାଉଛି।

ସମ୍ବନ୍ଧିତ ଖବର