ଗରମ ଛୁଟିରେ ମାତ୍ର ୯୯୯ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ନୂଆଦିଲ୍ଲୀ: ଗରମ ଛୁଟିରେ ଅଧିକାଂଶ ଲୋକ ବୁଲିବାର ଯୋଜନା କରି ଥାଆନ୍ତି। ଯଦି ଆପଣ ବି ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପ୍ଲାନ୍‌କୁ ଆହୁରି ମଜାଦାର କରି ପାରିବ। ଲୋ-କଷ୍ଟ ଏୟାରଲାଇନ୍ସ ଇଣ୍ଡିଗୋ ଶସ୍ତା ଟିକେଟର ଅଫର ଦେଇଛି। ଏୟାରଲାଇନ୍ସ ଶସ୍ତା ଟିକେଟ ଅଫର ଘୋଷଣା କରିଛି, ଯାହା ଜରିଆରେ ଇଣ୍ଡିଗୋ ଡୋମେଷ୍ଟିକ୍‌ ଓ ଇଣ୍ଟରନ୍ୟାସନାଲ ଉଡାଣ ପାଇଁ ସମର ସେଲ ଘୋଷଣା କରିଛି। ଏହା ଜରିଆରେ ଆପଣ ମାତ୍ର ୯୯୯ଟଙ୍କାରେ ବିମାନ ଯାତ୍ରାର ଫାଇଦା ଉଠାଇ ପାରିବେ।

ଇଣ୍ଡିଗୋ ସମର ସେଲ ଘୋଷଣା କରିଛି। ଏହା ଜରିଆରେ ଘୋରେଇ ଟିକେଟର ମୂଲ୍ୟ ୯୯୯ଟଙ୍କା ରଖାଯାଇଛି। ଏହି ଅଫର ଜରିଆରେ ଟିକେଟ କିଣି ବିମାନ ଯାତ୍ରା କରି ପାରିବେ। ସେହିପରି ଅନ୍ତର୍ଜାତୀୟ ଟିକେଟର ଆରମ୍ଭ ୩,୪୯୯ଟଙ୍କାରୁ ରହିଛି। ଇଣ୍ଡିଗୋର ଏହି ସେଲର ଆରମ୍ଭ ମଙ୍ଗଳବାର ଅର୍ଥାତ୍‌ ଜୁନ୍‌ ୧୧ରୁ ଆରମ୍ଭ ହୋଇଯାଇଛି। ଆପଣ ଏହି ଅଫର ଜରିଆରେ ଜୁନ୍‌ ୧୧ରୁ ନେଇ ଜୁନ୍‌ ୧୪ ପର୍ଯ୍ୟନ୍ତ ଟିକେଟ ବୁକ୍‌ କରି ପାରିବେ। ବୁକ୍‌ କରିଥିବା ଏହି ଟିକେଟରେ ଆପଣ ଚଳିତ ବର୍ଷ ଜୁନ୍‌ ୨୬ରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର