ପାଇଲଟ୍‌ ନାହାନ୍ତି, ୩୨ଟି ଘରୋଇ ଉଡ଼ାଣ ବାତିଲ କଲା ଇଣ୍ଡିଗୋ

ମୁମ୍ବାଇ: ଇଣ୍ଡିଗୋ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ସୋମବାର ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ପାଇଲଟ୍‌ ଅଭାବ ହେତୁ ଏୟାର୍‌ଲାଇନ୍‌ ପକ୍ଷରୁ ବିଭିନ୍ନ ମାର୍ଗର ଅନେକ ଗୁଡ଼ିଏ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ, ଇଣ୍ଡିଗୋ ଗତ ୩ ଦିନ ହେବ ପାଇଲଟ୍‌ ଅଭାବ ହେତୁ ଏପରି କେତେକ ବିମାନ ଚଳାଚଳକୁ ବାତିଲ କରିଛି। ସୋମବାର ପ୍ରାୟ ୩୨ଟି ବିମାନର ଉଡ଼ାଣ ଚଳାଚଳକୁ ବାତିଲ୍‌ କରାଯିବ ବୋଲି ପୂର୍ବରୁ କମ୍ପାନି ପକ୍ଷରୁ କୁହାଯାଇଥିଲା।

ବେସାମରିକ ବିମାନ ଚଳାଚଳ କମ୍ପାନି ମୁତାବକ, ଇଣ୍ଡିଗୋ ହେଉଛି ଦେଶର ଏକ ବଡ଼ ଏୟାର୍‌ଲାଇନ୍‌। ଗତ ୩ ଦିନ ହେବ ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଏବଂ ହାଇଦ୍ରାବାଦ୍‌ ଆଦିରୁ ଅନେକ ବିମାନ ଚଳାଚଳକୁ କମ୍ପାନି ପକ୍ଷରୁ ବାତିଲ କରି ଦିଆଯାଇଛି।

ଶନିବାରଠାରୁ ଏହି ବାତିଲ ପ୍ରଥା ଆରମ୍ଭ ହୋଇଛି। ଦିଲ୍ଳୀ ବିମାନବନ୍ଦର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ଶନିବାର ଇଣ୍ଡିଗୋର ୧୫ଟି ବିମାନ ବାତିଲ ହୋଇଥିବା ବେଳେ ରବିବାର ୭ଟି ହୋଇଛି। ସେହିପରି ବେଙ୍ଗାଲୁର ବିମାନବନ୍ଦରରୁ ରବିବାଦ ଦିନ ୧୨ଟି ବିମାନ ବାତିଲ୍‌ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର