ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସଭାପତି ଭାବେ କାମ କରୁଥିବା ଆଦିତ୍ୟ ଘୋଷ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଜୁଲାଇ ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଦୀର୍ଘ ୧୦ ବର୍ଷ ଧରି ଇଣ୍ଡିଗୋରେ କାମ କରିବା ପରେ ଆଦିତ୍ୟ ଘୋଷ ଇସ୍ତଫା ଦେଇଛନ୍ତି। ଇଣ୍ଡିଗୋ ନିଜର କାରବାରକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଆଦିତ୍ୟଙ୍କ ଇସ୍ତଫା ସମସ୍ତଙ୍କୁ ବିସ୍ମିତ କରିଛି। ଆଜି କଂପାନିର ବୋର୍ଡ ବୈଠକ ଥିଲା। ସେଠାରେ ଆଦିତ୍ୟଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ଚର୍ଚା ହେଉଛି। ତାଙ୍କ ସ୍ଥାନରେ ରାହୁଲ ଭାଟିଆଙ୍କୁ କଂପାନିର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଗ୍ରେଗୋରି ଟେଲରଙ୍କୁ କଂପାନିର ନୂଆ ସଭାପତି ଓ ସିଇଓ ଭାବେ ନିଯୁକ୍ତି ଦେବା ଉପରେ ଆସନ୍ତା ମାସରେ ଇଣ୍ଡିଗୋର ନିର୍ଦେଶକ ବୋର୍ଡ ବିଚାର କରିବ ବୋଲି ଜଣାପଡ଼ିଛି।
ଇଣ୍ଡିଗୋ ସଭାପତିଙ୍କ ଇସ୍ତଫା
/sambad/media/post_attachments/wp-content/uploads/2018/04/63943367.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)