ହାଇଦ୍ରାବାଦ୍: ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନରେ ମଙ୍ଗଳବାର ସକାଳେ ବୈଷୟିକ ତ୍ରୁଟି ଦେଖା ଦେବା ପରେ ବିମାନଟିକୁ ତେଲେଙ୍ଗାନାର ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।
୧୩୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୬ଇ୮୯୭ ବିମାନ ସକାଳ ୬.୧୫ରେ ଯାନ୍ତ୍ରିକ ସମସ୍ୟା ହେତୁ ଜରୁରୀକାଳୀନ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ରହିିଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Untitled-13.jpg)