ସ୍ୱାଧୀନତା ଦିବସ ପାଇଁ ବିଏସଏନଏଲର ବିଶେଷ ଅଫର; ୭୫ ଜିବି ଡାଟା ମାଗଣା !

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ସ୍ୱାଧୀନତା ଦିବସରେ ଅନେକ ନୂଆ ପ୍ରମୋସନାଲ୍ ଅଫର୍ ଲଞ୍ଚ କରିଛି । ଏହା ଉପଭୋକ୍ତାମାନଙ୍କ ଲାଗି ଖୁସି ଖବର ଆଣିଛି । ବିଏସଏନଏଲର ଏହି ଅଫରଗୁଡିକ  ଗ୍ରାହକଙ୍କ ଲାଗି ଉଭୟ ଡାଟା ଓ ଟକ୍ ଟାଇମ୍  କ୍ଷେତ୍ରରେ ଲାଭଦାୟକ ଦେବ । ଆସନ୍ତୁ ଜାଣିବା ଏହି ଅଫରଗୁଡିକ କ’ଣ, ସେଗୁଡିକ କିପରି ଉପଲବ୍ଧ ହୋଇପାରିବ ଏବଂ ଶେଷ ତାରିଖ କ’ଣ ରହିଛି ।

ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଉପଲକ୍ଷେ ବିଏସଏନଏଲ ଉପଭୋକ୍ତାମାନଙ୍କ ପାଇଁ ଏକାଧିକ ବିଶେଷ ଅଫର ଆଣିଛି, ଯାହା ଅଗଷ୍ଟ ୧୫ରୁ  ସୀମିତ ସମୟ ପାଇଁ ଉପଲବ୍ଧ ହେବ । ପ୍ରଥମ ପ୍ରମୋସନାଲ ଅଫର ଅନୁଯାୟୀ, ଯଦି ଉପଭୋକ୍ତା ଟପ୍-ଅପ୍ ପ୍ଲାନ୍ ସହିତ ୧୫୦ ଟଙ୍କା ରିଚାର୍ଜ କରନ୍ତି, ତେବେ ତାଙ୍କୁ ପୂରାଟଙ୍କାର ଫାଇଦା ଅର୍ଥାତ୍  ୧୫୦ ଟଙ୍କାର ଟକ୍ ଟାଇମ୍ ମିଳିବ । ଏହି ଅଫର କେବଳ ଅଗଷ୍ଟ ୧୫ରୁ ୨୨ମଧ୍ୟରେ ଉପଲବ୍ଧ ହେବ।

ଟକ୍ ଟାଇମ୍ ବ୍ୟତୀତ ଡାଟାର  ଅଫର ମଧ୍ୟ ରହିଛି , ଯାହାର ଫାଇଦା ବିଏସଏନଏଲ ବ୍ୟବହାରକାରୀମାନେ ନେଇପାରିବେ । ଯଦି ଆପଣ ୨,୩୯୯ ଟଙ୍କା କିମ୍ବା ୨,୯୯୯ ଟଙ୍କା ରିଚାର୍ଜ ପ୍ଲାନ୍ କିଣୁଛନ୍ତି, ତେବେ ଏହି ଯୋଜନାର ଲାଭ ସହିତ ଆପଣଙ୍କୁ ମାଗଣାରେ ୭୫ ଜିବି ଅତିରିକ୍ତ ଡାଟା ମିଳିବ । ଅଗଷ୍ଟ ୩୧ରେ କିମ୍ବା ଏହା ପୂର୍ବରୁ  ଆପଣ ଏହି ଯୋଜନାଗୁଡିକ କିଣିଲେ ଏହି ଅଫରର ଫାଇଦା ପାଇପାରିବେ ।

ସମ୍ବନ୍ଧିତ ଖବର