ଭୁବନେଶ୍ବର: ଇନ୍ଦିରା ଆଇଭିଏଫ୍ ପକ୍ଷରୁ ଚଳିତ ମାସ ୨୪ରେ ବିଶ୍ବ ଆଇଭିଏଫ୍ ଦିବସ ପାଳନ କରାଯାଇଥିଲା। ଇନ୍ଦିରା ଆଇଭିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହା ଜରିଆରେ ପ୍ରାୟ ୬୫ ହଜାର ଦମ୍ପତି ସନ୍ତାନପ୍ରାପ୍ତି କରିଛନ୍ତି। ୧୯୭୮ରେ ଇଂଲଣ୍ଡରେ ଆଇଭିଏଫ୍ ପ୍ରଜନନ ପଦ୍ଧତିର ଆବିସ୍କାର ହୋଇଥିଲା। ତାହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନପ୍ରାପ୍ତିର ସୁଖ ପ୍ରଦାନ କରିବା ଲାଗି ଇନ୍ଦିରା ଆଇଭିଏଫ୍ ପ୍ରୟାସ କରୁଥିବା କହିଛି। ଏହି ଅବସରରରେ କଂପାନିର ସିଇଓ ଡକ୍ଟର କ୍ଷୀତିଜ ମୁର୍ଡିୟା କହିଛନ୍ତି ଯେ, ଭାରତର ୧୦-୧୫ ପ୍ରତିଶତ ଦମ୍ପତି ନିଃସନ୍ତାନ ଅଛନ୍ତି। ସାଧାରଣ ରୋଗ ଭଳି ଏହାର ମଧ୍ୟ ଚିକିତ୍ସା ହୋଇପାରୁଛି। ଆଇଭିଏଫ୍ ଜରିଆରେ ସନ୍ତାନ ଲାଭ କରିଥିବା ଦମ୍ପତିମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି। ଇନ୍ଦିରା ଆଇଭିଏଫ୍ ଭୁବନେଶ୍ବରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁସ୍ମିତା ନାୟକ କହିଛନ୍ତି, ଆଇଭିଏଫ୍ର ସଫଳତାରେ ଡାକ୍ତରଙ୍କ ସହିତ ଏମ୍ବ୍ରିୟୋଲୋଜିଷ୍ଟ୍ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରକ୍ରିୟା ଆରମ୍ଭ ହେବା ଠାରୁ ଭୃଣ ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ ସେ ଯୋଦ୍ଧା ଭାବେ କାର୍ଯ୍ୟ କରିଥାନ୍ତି ବୋଲି ସେ କହିଛନ୍ତି।
ଇନ୍ଦିରା ଆଇଭିଏଫ୍ରେ ବିଶ୍ବ ଆଇଭିଏଫ୍ ଦିବସ
/sambad/media/post_attachments/wp-content/uploads/2020/07/8fg97987gdj98gjddgjgjdjgdjdgjgdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)