ରମେଶ ଜଣେ ଯୁବ ପେସାଦାର। ଏକ ଘରର ମାଲିକ ହେବା, ପରିବାରର ଭବିଷ୍ୟତ ସୁରକ୍ଷିତ କରିବା ଏବଂ ଏକ ଦୃଢ଼ ଆର୍ଥିକ ଭିତ୍ତିଭୂମି ନିର୍ମାଣ କରିବାର ତାଙ୍କର ବଡ଼ ସ୍ୱପ୍ନ ରହିଛି। ସେ ସବୁବେଳେ ନିବେଶ କରିବାକୁ ଚାହାଁନ୍ତି, କିନ୍ତୁ ବଜାରରେ ହେଉଥିବା ଉତ୍‌ଥାନ-ପତନ ଦେଖୁଥିବାରୁ ସେ ଏପର୍ଯ୍ୟନ୍ତ ନିବେଶ  ଆରମ୍ଭ କରିନାହାଁନ୍ତି। ହଠାତ୍‌ ଦିନେ ସେ ପରୋକ୍ଷ ନିବେଶ (ପାସିଭ୍‌ ଇନ୍‌ଭେଷ୍ଟିଂ) ବିଷୟରେ ଜାଣିବାକୁ ପାଇଲେ। ତାହା ହେଉଛି ଦୀର୍ଘମିଆଦୀ ଭିତ୍ତିରେ ସମ୍ପତ୍ତି ସୃଷ୍ଟି ପାଇଁ ଏକ ସ୍ମାର୍ଟ ରଣନୀତି। ଏଥିପାଇଁ ନିରନ୍ତର ଧ୍ୟାନ କିମ୍ବା ଜଟିଳ ନିଷ୍ପତ୍ତିର ଆବଶ୍ୟକତା ନାହିଁ। ରମେଶଙ୍କ ଆର୍ଥିକ ସ୍ଥିରତା ଏବଂ ଅଭିବୃଦ୍ଧି ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ରୂପେ ଯୋଡ଼ି ହୋଇ ସମୟ କ୍ରମେ ତାଙ୍କ ଅର୍ଥ ବୃଦ୍ଧି କରିବାର ଏକ ସରଳ ଉପାୟ ତାହା ପ୍ରଦାନ କରୁଛି। 

Advertisment

ପରୋକ୍ଷ ନିବେଶ କ’ଣ?
ରମେଶ ଜାଣିବାକୁ ପାଇଛନ୍ତି ଯେ ପରୋକ୍ଷ ନିବେଶ ହେଉଛି ନିଫ୍ଟି ୫୦ କିମ୍ବା ସେନ୍‌ସେକ୍ସ ଭଳି ବଜାର ସୂଚକାଙ୍କର ପ୍ରଦର୍ଶନକୁ ଅନୁସରଣର କରୁଥିବା ପାଣ୍ଠିରେ ନିବେଶ କରିବା। ପରୋକ୍ଷ ନିବେଶରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ମଧ୍ୟ ନିବେଶ କରିହେବ ଯାହା ଏକ ନିର୍ଦ୍ଦିଷ୍ଟ ବଜାର ସୂଚକାଙ୍କର ପ୍ରଦର୍ଶନ ଉପରେ ନଜର ରଖିଥାଏ। ପାଣ୍ଠିକୁ ସକ୍ରିୟ ଭାବରେ ପରିଚାଳନା କରିବା ବଦଳରେ ଏଥିରେ ପ୍ରଦର୍ଶନ ସହ ମେଳ ଖାଇବା ଲାଗି ଉଦ୍ୟମ କରାଯାଇଥାଏ। ପରୋକ୍ଷ ପାଣ୍ଠିର ଏକ ପ୍ରମୁଖ ଲାଭ ହେଉଛି ସକ୍ରିୟ ଭାବରେ ପରିଚାଳିତ ପାଣ୍ଠି ତୁଳନାରେ ତାହାର ଖର୍ଚ୍ଚ ଅନୁପାତ ସାଧାରଣତଃ କମ୍। ସକ୍ରିୟ ପାଣ୍ଠି ନିୟମିତ ପରିବର୍ତ୍ତନ ଜରିଆରେ ବଜାର ପ୍ରଦର୍ଶନକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଥାଏ। କିନ୍ତୁ ପରୋକ୍ଷ ପାଣ୍ଠିଗୁଡିକ ହେଉଛି ସୂଚକାଙ୍କର ପ୍ରତିଫଳନ। ତେଣୁ ଏଥିରେ ଅଧିକାଂଶ ସମୟରେ ପରିଚାଳନା ଖର୍ଚ୍ଚ କମ୍ ହୋଇଥାଏ ।

ପରୋକ୍ଷ ନିବେଶ ବିକଳ୍ପର ପ୍ରକାରଭେଦରମେଶ ନିଜ ଆଡ଼ୁ ଗବେଷଣା କରିବା ପରେ ନିବେଶ ଆରମ୍ଭ କରିବାର କିଛି ସରଳ ବାଟ ପାଇଥିଲେ:
ଇଣ୍ଡେକ୍ସ ଫଣ୍ଡ୍‌: ଏହି ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ସୂଚକାଙ୍କ ପ୍ରଦର୍ଶନକୁ ପ୍ରତିଫଳିତ କରନ୍ତି।

ଏକ୍ସଚେଞ୍ଜ-ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍): ଏହି ପାଣ୍ଠିଗୁଡ଼ିକ ଇଣ୍ଡେକ୍ସ ଫଣ୍ଡ୍ ଭଳି କିନ୍ତୁ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର କରି ଅଧିକ ନମନୀୟତା ପ୍ରଦାନ କରିଥାଏ।
ଫଣ୍ଡ ଅଫ୍ ଫଣ୍ଡ୍‌ସ(ଏଫ୍ଓଏଫ୍): ଏହି ପାଣ୍ଠିଗୁଡ଼ିକ ଇଟିଏଫ୍ କିମ୍ବା ସୂଚକାଙ୍କରେ ନିବେଶ କରନ୍ତିକିଭଳି ପରୋକ୍ଷ ନିବେଶ ଆରମ୍ଭ କରିବେ?

ରମେଶ ପାଞ୍ଚଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ହେଉଛି:
ଲକ୍ଷ୍ୟ ଚିହ୍ନଟ କରନ୍ତୁ: ରମେଶ ପ୍ରଥମେ ଚିନ୍ତା କରିଥିଲେ, ‌ସେ କାହିଁକି ନିବେଶ କରିବାକୁ ଚାହୁଛନ୍ତି। ଏକ ଆରାମଦାୟକ ଅବସର ସମୟ, ପିଲାଙ୍କ ଶିକ୍ଷା ପାଇଁ କି? ଫଳରେ ସେ ଜାଣିବାକୁ ପାଇଥିଲେ ଯେ କେଉଁଥିପାଇଁ ନିବେଶ କରୁଛି ତାହା ଜଣାପଡ଼ିଲେ ନିବେଶ ନିଷ୍ପତ୍ତିର ବାଟ ଆପେ ଦେଖାଯାଏ ଏବଂ ଦୀର୍ଘମିଆଦୀ ଲକ୍ଷ୍ୟ ଉପରେ ଧ୍ୟାନ ଦେବାରେ ତାହା ସାହାଯ୍ୟ କରେ।

ଏକ ଇଣ୍ଡେକ୍ସ ଫଣ୍ଡ୍‌ କିମ୍ବା ଇଟିଏଫ୍ ଚୟନ କରନ୍ତୁ: ପରବର୍ତ୍ତୀ ସମୟରେ, ରମେଶ ବିଭିନ୍ନ ଇଣ୍ଡେକ୍ସ ଫଣ୍ଡ୍‌ ଏବଂ ଏକ୍ସଚେଞ୍ଜ-ଟ୍ରେଡେଡ୍ ଫଣ୍ଡ (ଇଟିଏଫ) ଅନୁସନ୍ଧାନ କରିଥିଲେ ଯାହା ତାଙ୍କ ଲକ୍ଷ୍ୟ ସହିତ ସମନ୍ୱିତ ଥିଲା।

ନିୟମିତ ଭାବେ ନିବେଶ କରନ୍ତୁ: ରମେଶ ବଜାର ସ୍ଥିତି ନିର୍ବିଶେଷରେ ନିୟମିତ ଭାବରେ ଅଳ୍ପ ପରିମାଣର ନିବେଶ କରିବା ପାଇଁ ଏକ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (ଏସଆଇପି) ବାଛିଥିଲେ।

ନିବେଶ ଜାରି ରଖନ୍ତୁ: ରମେଶ ବୁଝିପାରିଥିଲେ ଯେ ବଜାରରେ ଉତଥାନ-ପତନ ରହିବ। ସେ ସ୍ୱଳ୍ପକାଳୀନ ଅସ୍ଥିରତାରେ ବିଚଳିତ ହେବା ପରିବର୍ତ୍ତେ ବଡ଼ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ହେବ।

ନିୟମିତ ବ୍ୟବଧାନରେ ସମୀକ୍ଷା କରନ୍ତୁ: ଶେଷରେ, ରମେଶ ତାଙ୍କ ନିବେଶର ନିୟମିତ ବ୍ୟବଧାନରେ ସମୀକ୍ଷା କରିବାକୁ ସ୍ଥିର କରିଥିଲେ। ତାଙ୍କ ପାଣ୍ଠି ତାଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ସହିତ ମେଳ ଖାଉଛି କି ନାହିଁ ତାହାର ସମୀକ୍ଷା କରିଥିଲେ। କିନ୍ତୁ ସେ ସ୍ୱଳ୍ପକାଳୀନ ବଜାର ଅସ୍ଥିରତାରେ ବାରମ୍ବାର ପରିବର୍ତ୍ତନ କରିବାଠାରୁ ଦୂରେଇ ରହିଥିଲେ।

ଭୁଲକୁ ଏଡ଼ାଇବା
ରମେଶ ନିଜକୁ ମନେ ପକାଇଥିଲେ ଯେ:
 ଦୀର୍ଘମିଆଦୀ ଉପରେ ଧ୍ୟାନ ଦେବା
 ଶୀଘ୍ର ଲାଭ ପାଇବାରୁ ଦୂରେଇ ରହିବା
 ପାଣ୍ଠିର ଖର୍ଚ୍ଚ ଉପରେ ବିଚାର କରିବା
 ବିପଦ କମାଇବାକୁ ସୂଚକାଙ୍କ ମଧ୍ୟରେ ବିବିଧତା ଆଣିବା
ନିବେଶ ଯାତ୍ରାର ଶୁଭାରମ୍ଭ: ପରୋକ୍ଷ ନିବେଶ ସହିତ ରମେଶଙ୍କ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇଛି ଏବଂ ସେ ଆଗକୁ ବଢ଼ିବା ସହିତ ଧୈର୍ଯ୍ୟ ଏବଂ ସମ୍ଭାବ୍ୟ ଅଭିବୃଦ୍ଧିର ମୂଲ୍ୟକୁ ବୁଝୁଛନ୍ତି। ତାଙ୍କ ପରି ଆପଣ ମଧ୍ୟ ପରୋକ୍ଷ ନିବେଶ ଦ୍ୱାରା ନିଜର ଆର୍ଥିକ ଲକ୍ଷ୍ୟ ହାସଲ ଦିଗରେ ଛୋଟ ଛୋଟ ପଦକ୍ଷେପ ନେଇପାରିବେ। 
ଅସ୍ବୀକରଣ: ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିବେଶରେ ବଜାର ସମ୍ପର୍କିତ ବିପଦ ରହିଛି, ଯୋଜନା ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜକୁ ଧ୍ୟାନର ସହ ପଢନ୍ତୁ ।