ଦେଶର ପ୍ରତ୍ୟକ୍ଷ ଟିକସ ଆଦାୟ  ୧୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ବିଗତ କିଛି ବର୍ଷ ଧରି ଦେଶରେ ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି  ।  ବିମୁଦ୍ରାୟନପରେ ଏହି ଧାରା ବଢିଥିବା ଲକ୍ଷ୍ୟ କରାଯ଼ାଇଛି । ଡିସେମ୍ବର, ୨୦୧୮ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଅସ୍ଥାୟୀ ପରିମାଣ ୮.୭୪ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ଗତ ବର୍ଷର ଏହି  ଅବଧି କାଳରେ ହୋଇଥିବା ମୋଟ ସଂଗ୍ରହ ତୁଳନାରେ ୧୪.୧ ପ୍ରତିଶତ ଅଧିକ ।

ଏପ୍ରିଲ, ୨୦୧୮ ଠାରୁ ଡିସେମ୍ବର ୨୦୧୮ ସମୟରେ ୧.୩୦ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି, ଯାହା ଗତ ବର୍ଷର ଏହି ଅବଧି ତୁଳନାରେ ୧୭.୦ ପ୍ରତିଶତ ଅଧିକ ଅଟେ । ଏପ୍ରିଲ-ଡିସେମ୍ବର, ୨୦୧୮ ସମୟରେ ସୁଧ ଅସୁଲି (ରିଫଣ୍ଡ ଏଡଜଷ୍ଟ ହେବା ପରେ) ୧୩.୬ ପ୍ରତିଶତ ବୃଦ୍ଧି ସହିତ ୭.୪୩ ଲକ୍ଷ କୋଟି ଟଙ୍କା ହୋଇଛି ।

ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ପ୍ରତ୍ୟକ୍ଷ ଟିକସର ମୋଟ ବଜେଟ ଆକଳନ (୧୧.୫୦ ଲକ୍ଷ କୋଟି ଟଙ୍କା)ର ୬୪.୭ ପ୍ରତିଶତ ରହିଛି ।  କମ୍ପାନୀ ଗୁଡ଼ିକର ଆୟକର ଏବଂ ବ୍ୟକ୍ତି ଆୟକର ବୃଦ୍ଧି ହାରକୁ ଦେଖିଲେ, କମ୍ପାନୀ ଆୟକର ଲାଗି ମୋଟ ସଂଗ୍ରହର ବୃଦ୍ଧି ହାର ୧୪.୮ ପ୍ରତିଶତ, ବ୍ୟକ୍ତିଗତ ଆୟକର ସଂଗ୍ରହର ମୋଟ ବୃଦ୍ଧି ୧୬.୦ ପ୍ରତିଶତ ଏବଂ  ବ୍ୟକ୍ତିଗତ ଆୟକର ସଂଗ୍ରହରେ ମୋଟ ବୃଦ୍ଧି ହାର ୧୪.୮ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର