ଇନ୍ଦିରା ଆଇଭିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଇନ୍ଦିରା ଆଇଭିଏଫ୍‌୍‌ର ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହୋଇଯାଇଛି। ନିଃସନ୍ତାନ୍ତ ଦମ୍ପତିଙ୍କୁ ସୁଲଭ ମୁଲ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଇନ୍ଦିରା ଆଇଭିଏଫ୍‌ ଏହାର ଶାଖା ଭୁବନେଶ୍ୱରରେ ଖୋଲିଥିଲା। ପ୍ରତିଷ୍ଠା ଦିବସ ପାଳନ ଅବସରରେ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଅଜୟ ମୁର୍ଡିୟା ଅତିଥି ଭାବେ ଯୋଗ ଦେଇ ସମସ୍ତ ଡାକ୍ତର ଓ ଷ୍ଟାଫ୍‌ଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର ଶାଖା ମୁଖ୍ୟ ଡକ୍ଟର ଅକ୍ଷୟ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। ଆଇଭିଏଫ୍‌ ବିଶେଷଜ୍ଞ ଡକ୍ଟର ସସ୍ମିତା ଏହି ଅବସରରେ କହିଥିଲେ ଯେ, ଏଠାରେ ନିଃସନ୍ତାନ ଦମ୍ପତ୍ତିଙ୍କ ଚିକିତ୍ସା ପାଇଁ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଉଛି ଆଇଭିଏଫ୍‌, ଇକ୍ସି, ବ୍ଲାଷ୍ଟୋସିଷ୍ଟ୍‍ କଲ୍‌ଚର୍‌, ଲେଜର୍‌ ଆସିଷ୍ଟେଡ୍‌ ହେଚିଙ୍ଗ୍‌ ଓ କ୍ଲୋଜଡ୍‌ ଓ୍ଵାର୍କିଂ। ଇନ୍ଦିରା ଆଇଭିଏଫ୍‌ରେ ଚିକିତ୍ସା କରାଇ ୩୫୦୦ ଦମ୍ପତ୍ତି ଲାଭବାନ ହୋଇଥିବା ସେ କହିଛନ୍ତି। ଅନ୍ୟତମ ଆଇଭିଏଫ୍‌ ସ୍ପେସିଆଲିଷ୍ଟ୍‍ କହିଛନ୍ତି ଯେ ଚଳିତ ମାସ ୨୫ରେ ଏକ ନିଶୁଳ୍କ ପରାମର୍ଶ ଶିବିର ଆୟୋଜନ କରାଯିବ। ସେଠାରେ ନିଃସନ୍ତାନ ଦମ୍ପତ୍ତିମାନେ ମାଗଣାରେ ପରାମର୍ଶ ହାସଲ କରିପାରିବେ। ଏହି ଶିବିରର ଲାଭ ଉଠାଇବା ପାଇଁ ସେ ଦମ୍ପତିମାନଙ୍କୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର