ଭୁବନେଶ୍ବର: ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋଜିସନ୍ ମାର୍ଟରେ ଚଳିତ ମାସ ୧୪ ଓ ୧୫ ତାରିଖରେ ଆୟୋଜିତ ହୋଇଥିବା ଖାଦ୍ୟ ଓ ପାନୀୟ ମେଳା ଇଣ୍ଡସ୍ ଫୁଡ୍ର ଦ୍ବିତୀୟ ସଂସ୍କରଣରେ ଓଡ଼ିଶା ଭାଗ ନେଇଥିଲା। ରାଜ୍ୟର ୩୦ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ନେତୃତ୍ବରେ ଓଡ଼ିଶା ପ୍ରତିନିଧି ଦଳ ଭିଏତନାମ, ୟୁଏଇ, ଇରାକ ଓ ବାଲାଂଦେଶ ସହିତ ସରକାରୀ ସ୍ତରୀୟ ଆଲୋଚନା କରିଥିଲେ। ଚାଉଳ, ମକା, ଫଳ, ପନିପରିବା, ମସଲା, ସାମୁଦ୍ରିକ ଉତ୍ପାଦ ଆଦିରେ ପୁଞ୍ଜିନିବେଶ ଓ ବ୍ୟବସାୟ ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ମାସ ୨୮ରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ଏମ୍ଏସଏମ୍ଇ ବାଣିଜ୍ୟ ମେଳାରେ ଯୋଗ ଦେବାକୁ ଚାରି ଦେଶର ପ୍ରତିନିଧିଙ୍କୁ ଶ୍ରୀ ଗୁପ୍ତା ଆମନ୍ତ୍ରଣ କରିଥିଲେ। ସେ ଭିଏତନାମ ରାଷ୍ଟ୍ରଦୂତ ଫାମ୍ ସାନ୍ ଚାଉଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଥିଲେ।
ଇଣ୍ଡସ୍ ଫୁଡ୍ରେ ୪ ଦେଶ ସହ ଓଡ଼ିଶାର ଆଲୋଚନା
/sambad/media/post_attachments/wp-content/uploads/2019/01/download-1-45.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)