ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ପେବ୍ୟାକ୍ ସହ ମିଶି କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଉନ୍ମୋଚନ

ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଦେଶର ସର୍ବବୃହତ ମଲ୍ଟି ବ୍ରାଣ୍ଡ୍ ଲୟାଲ୍ଟି ପ୍ରୋଗ୍ରାମ୍ ପେବ୍ୟାକ୍ ସହ ମିଶି କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପେବ୍ୟାକ୍ କ୍ରେଡିଟ୍ କାର୍ଡ”କୁ ଉନ୍ମୋଚନ କରାଯାଇଛି । ଏହି କାର୍ଡ ଜରିଆରେ ଗ୍ରାହକମାନେ ଯେତେ ପେମେଣ୍ଟ କରିବେ ସେହି ଅନୁସାରେ ପେବ୍ୟାକ୍ ପଏଣ୍ଟ ହାସଲ କରିପାରିବେ । ଗ୍ରାହକମାନେ ଉଭୟ ଅନଲାଇନ୍ ଓ ଅଫଲାଇନରେ କାରବାର କରିବା ବେଳେ ପେବ୍ୟାକ୍ ପଏଣ୍ଟ ହାସଲ କରିପାରିବେ । ସେହି ପଏଣ୍ଟ ଗ୍ରାହକମାନେ ବାହାରେ ଖାଇବା, ସପିଙ୍ଗ, ମନୋରଂଜନ, ଟ୍ରାଭେଲ ବୁକିଙ୍ଗ ଆଦିରେ ବ୍ୟବହାର କରିପାରିବେ । ଏହି କାର୍ଡରେ ଭିଜାର ‘ପେୱେଭ୍’ ପ୍ରଯୁକ୍ତି ରହିଛି ଯାହା ଜରିଆ ଗ୍ରାହକମାନେ ଅତି ସହଜରେ ମର୍ଚାଂଟ୍ ଟର୍ମିନାଲ୍ରେ ଏହାକୁ ବ୍ୟବହାର କରିପାରିବେ । ପେବ୍ୟାକ୍ ପଏଂଟ୍କୁ ଗ୍ରାହକମାନେ ପେବ୍ୟାକ୍ର ଆପ୍ ଓ ୱେବସାଇଟ୍ରେ ମଧ୍ୟ ବ୍ୟବହାର କରି ହଜାର ହଜାର ସାମଗ୍ରୀ କିଣିପାରିବେ ।

ଏହି କ୍ରେଡିଟ୍ କାର୍ଡ ଜରିଆରେ ଗ୍ରାହକମାନେ ସପିଙ୍ଗ ବେଳେ ପ୍ରତି ୧୦୦ ଟଙ୍କା ଖର୍ଚ ଉପରେ ୫ ପେବ୍ୟାକ୍ ପଏଣ୍ଟ ପାଇବେ । ସିନେମା ଟିକଟରେ ପ୍ରତି ୧୦୦ ଟଙ୍କା ଖର୍ଚରେ ୨୦ ପେବ୍ୟାକ୍ ପଏଣ୍ଟ ପାଇବେ । ସେହିପରି ଅନ୍ୟାନ୍ୟ ଖର୍ଚ ଉପରେ ରିୱାର୍ଡ ପଏଣ୍ଟ ପାଇବା ବ୍ୟତୀତ ମାସିକ ଏବଂ ବାର୍ଷିକ ବୋନସ୍ ମଧ୍ୟ ପାଇବେ । ଫୁ୍ୟଚର ପ୍ରିଭିଲେଜ୍ ପ୍ରୋଗ୍ରାମ୍ ପାଇଁ ସେମାନଙ୍କୁ ମାଗଣା ସଦସ୍ୟତା ମିଳିବ ।

ସମ୍ବନ୍ଧିତ ଖବର