ସବୁ ଜିଲ୍ଲାରେ ଖୋଲିବ ‘ଶିଳ୍ପ ଓ ନିବେଶ ପ୍ରସାର ଏଜେନ୍ସି’ ଅଗଷ୍ଟ ସୁଦ୍ଧା ଗଞ୍ଜାମ, ସୁନ୍ଦରଗଡ଼, ଜଗତସିଂହପୁରରେ ଖୋଲିବ

ଜିଲ୍ଲାପାଳ ସ୍ଥାନର ବ୍ୟବସ୍ଥା କରିବେ

ଭୁବନେଶ୍ବର: ରାଜ୍ୟରେ ଜିଲ୍ଲାସ୍ତରୀୟ ନିବେଶ ପ୍ରସାର ଏଜେନ୍ସି (ଦିପା) ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକୁ ଏହା ସହଯୋଗ ପ୍ରଦାନ କରିବ। ସମସ୍ତ ଉଦ୍ୟୋଗୀ ଓ ନିବେଶକମାନେ ଯେକୌଣସି କାମ ପାଇଁ ଏହି ଏଜେନ୍ସି ସହ ଯୋଗାଯୋଗ କରିପାରିବେ। ପ୍ରକଳ୍ପ ପରିକଳ୍ପନା ଠାରୁ ଆରମ୍ଭ କରି ଦକ୍ଷତା ଗଠନ, ପାଣ୍ଠି ଯୋଗାଡ଼, ଉତ୍ପାଦନ ଆରମ୍ଭ କରିବା ଓ ବଜାର ସହ ଯୋଡ଼ି ହେବା ପର୍ଯ୍ୟନ୍ତ ସବୁ ସ୍ତରେର ଏହି ଏେଜନ୍ସି ଉେଦ୍ୟାଗୀମାନଙ୍କୁ ସହାୟତା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବ।

ସରକାର ପ୍ରଦାନ କରୁଥିବା ସହାୟତାକୁ ଏହା ଶିଳ୍ପ ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚାଇବ। ପରୀକ୍ଷାମୂଳକ ଭାବେ ଅଗ‌ଷ୍ଟ ମାସ ସୁଦ୍ଧା ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ଏହି ଏଜେନ୍ସି ଖୋଲାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ଅନୁଗୁଳ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର ଆଦି ଜିଲ୍ଲାକୁ ଏହାକୁ ସମ୍ପ୍ରସାରିତ କରାଯିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ସବୁ ଜିଲ୍ଲା‌ରେ ଏଭଳି ଏଜେନ୍ସି ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

ଜିଲ୍ଲାରେ ଏମ୍ଏସ୍‌ଏମ୍ଇଗୁଡ଼ିକର ପ୍ରସ‌ାର ଲାଗି ଉଦ୍ୟମ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଶିଳ୍ପ ଓ ନିବେଶ ପ୍ରସାର ଏଜେନ୍ସି ଖୋଲିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଲ ସ୍ଥାନ ଯୋଗାଇବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ତିନି ଜଣ ପେସାଦାରଙ୍କ ଦ୍ବାରା ଗଠିତ ଟିମ୍ ଦ୍ବାରା ଏ‌ହି ଏଜେନ୍ସି ପରିଚାଳିତ ହେବ। ଏହି ବୈଠକରେ ଉନ୍ନୟନ କମିସନର ପି କେ ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେ‌ମନ୍ତ କୁମାର ଶର୍ମା, ଏମ୍ଏସ୍‌ଏମ୍ଇ ସଚିବ ସତ୍ୟବ୍ରତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର