ନୂଆଦିଲ୍ଲୀ: ଅବନ୍ଥା ଗ୍ରୁପର ମୁଖ୍ୟ ତଥା ଶିଳ୍ପପତି ଗୌତମ ଥାପରଙ୍କ ଜାମିନ ସଂକ୍ରାନ୍ତ ଶୁଣାଣିର ରାୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଏକ ଅଦାଲତ ସଂରକ୍ଷିତ ରଖିଛନ୍ତି। ୫୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଶ୍ରୀ ଥାପର ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସ୍ବତନ୍ତ୍ର ବିଚାରପତି ସଂଜୀବ ଅଗରୱାଲ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ଇଡି ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅମିତ ମହାଜନ ଏବଂ ଏନ କେ ମାଟ୍ଟା ଅଦାଲତରେ ଜାମିନ ଆବେଦନକୁ ବିରୋଧ କରିଥିଲେ। ତାଙ୍କୁ ଛଡ଼ାଗଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ସେମାନେ କହିଥିଲେ। ତେବେ ଥାପରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ତଦନ୍ତ ପାଇଁ ଅଭିଯୁକ୍ତଙ୍କର ଆଉ କୌଣସି ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯିବା ଦ୍ବାରା କୌଣସି ଉଦ୍ଦେଶ୍ୟ ସାଧିତ ହେବନାହିଁ। ଥାପରଙ୍କ କମ୍ପାନି ଅବନ୍ଥା ରିଅଲିଟି ଏବଂ ୟେସ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।
ଶିଳ୍ପପତି ଗୌତମ ଥାପରଙ୍କ ଜାମିନ ରାୟ ସଂରକ୍ଷିତ
/sambad/media/post_attachments/wp-content/uploads/2021/10/gautam-businessman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)