ଭୁବନେଶ୍ବର: ଓଡ଼ିଶାର ଘରେ ଘରେ ପରିଚିତ ଭୋଜନ ପଖାଳର ଅନେକ ପ୍ରଶଂସକ ଥିବା ବେଳେ ସେଥିରେ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଯୋଡ଼ିହୋଇଛି। ସେ ହେଉଛନ୍ତି ସିଏଟ୍ ଟାୟାର୍ର ମୁଖ୍ୟ ହର୍ଷ ଗୋଏଙ୍କା। ରବିବାର ଦିନ ପଖାଳ ଖାଇବା ପରେ ସେ ନିଜ ଆତ୍ମସନ୍ତୋଷକୁ ସୋସିଆଲ ମିଡିଆରେ ବର୍ଣ୍ଣନା କରିଛନ୍ତି। ସେ ଜଣାଇଛନ୍ତି ଯେ ଓଡ଼ିଆ ଖାଦ୍ୟ ପଖାଳ ଭାତ ମୋତେ ବହୁତ ଭଲ ଲାଗେ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ। ଏହା ଏକ ପ୍ରାକୃତିକ ପ୍ରୋବାୟୋଟିକ୍। ଖରାଦିନେ ପେଟ ପାଇଁ ଫ୍ରିଜ୍ ଭଳି କାମ କରେ। ଗରମ ଦିନ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ପଖାଳ ଭାତ ତିଆରି କରିବାର ରେସିପି ମଧ୍ୟ ଜଣାଇଛନ୍ତି। ଭାତକୁ ରାନ୍ଧିବା ପରେ ଥଣ୍ଡା କରିବା ପାଇଁ ଛାଡ଼ିଦେବା ଏବଂ ରାତି ସାରା ପାଣି କିମ୍ବା ଦହିରେ ବୁଡ଼ାଇ ରଖିବେ। ସକାଳେ ସେଥିରେ ଲୁଣ, ପିଆଜ, କଞ୍ଚା ଲଙ୍କା ଓ ଅଦା ମିଶାଇବେ। ତା’ପରେ ସୋରିଷ, ଭୂଷୃଙ୍ଗପତ୍ର ଓ ଶୁଖିଲା ଲଙ୍କାରେ ପ୍ରସ୍ତୁତ ଫୁଟଣ ମିଶାଇବାକୁ ପଖାଳ ଭାତ ପ୍ରସ୍ତୁତ କରିବାକୁ ସେ କହିଛନ୍ତି।
ପଖାଳ ପ୍ରେମରେ ଶିଳ୍ପପତି ହର୍ଷ ଗୋଏଙ୍କା
ଓଡ଼ିଶାର ଘରେ ଘରେ ପରିଚିତ ଭୋଜନ ପଖାଳର ଅନେକ ପ୍ରଶଂସକ ଥିବା ବେଳେ ସେଥିରେ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଯୋଡ଼ିହୋଇଛି। ସେ ହେଉଛନ୍ତି ସିଏଟ୍ ଟାୟାର୍ର ମୁଖ୍ୟ ହର୍ଷ ଗୋଏଙ୍କା।
/sambad/media/media_files/2025/08/18/ssfxccxc-2025-08-18-02-34-06.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)