ନୂଆଦିଲ୍ଲୀ: ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାରଙ୍କ ବିଫଳତା ଯୋଗୁଁ ଦେଶର ଆୟ ବୈଷମ୍ୟ ଆହୁରି ବଢ଼ିବ। ଏହା ଏକ ଜଟିଳ ସାମାଜିକ ସମସ୍ୟା ଭାବେ ଉଭା ହେବ ବୋଲି ଆମ୍ବିଟ୍ କ୍ୟାପିଟାଲ୍ ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି।
୧୯୮୦ ପରଠାରୁ ବ୍ୟବସ୍ଥିତ ଢଙ୍ଗରେ ଆୟ ବୈଷମ୍ୟ ବଢ଼ିଚାଲିଛି। ଦେଶର ଜାତୀୟ ଆୟର ମାତ୍ର ୧୧% ତଳ ଆଡ଼ର ୫୦% ଲୋକଙ୍କ ଭାଗରେ ରହିିଛି। ଦେଶର ୧୦% ଶ୍ରେଷ୍ଠ ଧନୀ ଲୋକଙ୍କ ପାଖରେ ଜାତୀୟ ଆୟର ୨୯% ଭାଗ ରହିଛି। ଦେଶର ମୁଣ୍ଡପିଛା ଆୟ ଡଲାର ଅନୁସାରେ ୧୮୫୦ ଡଲାର ରହିଛି। ମାତ୍ର ସମାଜର ତଳ ସ୍ତରରେ ବାସ କରୁଥିବା ଜନସଂଖ୍ୟାର ୫୦% ଲୋକଙ୍କ ମୁଣ୍ଡପିଛା ଆୟ ହେଉଛି ୪୦୦ ଡଲାର। ଏଭଳି ଲୋକମାନଙ୍କ ସଂଖ୍ୟା ହେଉଛି ୬୬ କୋଟି। ଏହା ଆଫଗାନିସ୍ତାନର ମୁଣ୍ଡପିଛା ଆୟଠାରୁୁ କମ୍ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଫଗାନିସ୍ତାନରେ ମୁଣ୍ଡପିଛା ଆୟ ପରିମାଣ ୫୬୧ ଡଲାର ରହିଛି।
ଦେଶରେ ବାସ କରୁଥିବା ୧% ଧନୀ ଲୋକ ଯେଉଁମାନଙ୍କ ସଂଖ୍ୟା ୧.୩ କୋଟି ହେବ, ସେମାନଙ୍କ ମୁଣ୍ଡପିଛା ଆୟ ପରିମାଣ ୫୩,୭୦୦ ଡଲାର ରହିଛି ଯାହା ଡେନମାର୍କ ଭଳି ଧନୀ ରାଷ୍ଟ୍ର ସହ ସମାନ ଏବଂ ସିଙ୍ଗାପୁରର ମୁଣ୍ଡପିଛା ଆୟ ୫୨,୯୬୧ ଡଲାରରୁ ମଧ୍ୟ ଅଧିକ।
ଆମ୍ବିଟ୍ କ୍ୟାପିଟାଲ୍ ଏହାର ସର୍ଭେରେ ପ୍ରକାଶ କରିଛି ଯେ ମନରେଗା ସ୍କିମ୍ ପ୍ରତି ଅଧିକରୁ ଅଧିକ ଲୋକ ଆଗ୍ରହ ଦେଖାଉଥିବା ଏହା ପ୍ରତିଫଳିତ କରୁଛି ଯେ ଅର୍ଥନୈତିକ ସ୍ତରର ତଳ ଆଡ଼େ ବାସ କରୁଥିବା ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଯାଇଛି।
ଏହି ରିପୋର୍ଟରେ ସରକାରଙ୍କୁ ଏହା ସତର୍କ କରାଇ ଦିଆଯାଇଛି ଯେ ଯଦି ଏହିଭଳି ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବ ଏବଂ ଆୟ ବୈଷମ୍ୟ ଜାରି ରହିବ ତେବେ ଦେଶରେ ସାମାଜିକ ସମସ୍ୟା ଦେଖାଦେବ। ବିଶେଷ କରି ଅପରାଧ ବଢ଼ିବ। ବିହାର ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ କମ୍। ତେଣୁ ସେଠାରେ ଅପରାଧର ମାତ୍ରା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।
ଆୟ ବୈଷମ୍ୟ ଆହୁରି ବଢ଼ିବ
/sambad/media/post_attachments/wp-content/uploads/2017/10/INCOME.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)