ଇନଫିନିକ୍ସର ହଟ୍‌ ଏସ୍‌-୩ ସ୍ମାର୍ଟଫୋନ୍‌ , ସେଲଫି ପାଇଁ ସର୍ବୋତ୍ତମ

ନୂଆଦିଲ୍ଲୀ : ଟ୍ରାନ୍ସିସନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସର ହଟ୍‌ ଏସ୍‌-୩ ସେଲଫି ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ୨୦ ଏମ୍‌ପି ଲୋ-ଲାଇଟ୍‌ ସେଲଫି କ୍ୟାମେରା ସହିତ ଡୁଆଲ୍‌ ସଫ୍ଟ ଫ୍ଲାଶ୍‌ ଲାଇଟ୍‌ ରହିଛି। ଏହା  ଫେବୃୟାରୀ ୧୨ ତାରିଖ ଠାରୁ ଫ୍ଲିପ୍‌କାର୍ଟରେ ପ୍ରଥମ କରି ଉପଲବ୍ଧ ହେବ। ଏହାର ୫.୬୫ ଇଞ୍ଚ ଏଚଡି ପ୍ଲସ୍‌ ଡିସପ୍ଲେ ଓ ୨.୫ ଡି କର୍ଭଡ୍‌ ଏଡଜ୍‌ ତଥା ଫିଙ୍ଗର ପ୍ରିଣ୍ଟ ସେନ୍‌ସର ରହିଛି। ଏହା ଦୁଇଟି ଭ୍ୟାରିଆଣ୍ଟରେ ଉପଲବ୍ଧ ହେବ। ଏହାର ୩ଜିବି ଓ ୩୨ ଜିବି ଇଣ୍ଟରନାଲ ମେମୋରୀ ସ୍ମାର୍ଟଫୋନ୍‌ର ମୂଲ୍ୟ ୮୯୯୯ଟଙ୍କା ଏବଂ ୪ ଜିବି ଓ ୬୪ ଜିବି ଇଣ୍ଟରନାଲ ମେମୋରୀ ଫୋନ୍‌ର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି ।

୨୦୧୭ ଅଗଷ୍ଟରେ କମ୍ପାନୀ ନୋଟ୍‌-୪ ଏବଂ ହଟ୍‌ ପ୍ରୋ-୪ର ବଜାର ପ୍ରବେଶ କରାଇଥିଲା । ପରବର୍ତ୍ତୀ ସମୟରେ ଏହା ଜିରୋ-୫ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଇଥିଲା । ହଟ୍‌ ଏସ୍‌-୩ ଭାରତରେ ପ୍ରଥମ କରି ବଜାର ପ୍ରବେଶ ହୋଇଛି। ଏହା ପେଶାଦାରଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହି ସ୍ମାର୍ଟଫୋନ୍‌ରେ ଅକ୍ଟାକୋର୍‌ ୬୪-ବିଟ୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୪୩୦ ପ୍ରୋସେସର, ୧୩ଏମ୍‌ପି ପଛ କ୍ୟାମେରା, ୪୦୦୦ଏମଏଏଚ୍‌ ସୁପର ବ୍ୟାଟେରୀ, ୧୨୮ ଜିବି ବର୍ଦ୍ଧିତ ମେମୋରୀ ବୈଶିଷ୍ଟ୍ୟ ରହିଛି। ଏହା ବ୍ଲାକ୍‌ ଏବଂ ବ୍ରସ୍‌ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି । ଟ୍ରାନ୍ସିସନ୍‌ ହୋଲଡିଂର ସ୍ମାର୍ଟଲାଇଫ୍‌ ଷ୍ଟାଇଲ୍‌ ୨୦୧୨ରେ ସ୍ଥାପିତ ହୋଇଥିଲା । ଏହି କମ୍ପାନୀ ଯୁବବର୍ଗଙ୍କ ଉପଯୋଗୀ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିଥାଏ। ଏହାର ଜିରୋ, ନୋଟ୍‌, ହଟ୍‌ ଏସ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିଥିବାବେଳେ ସମ୍ପ୍ରତି ହଟ୍‌ ସ୍ମାର୍ଟଫୋନ୍‌ ନିମାଣ କରିଛି। ଇନଫିିନିକ୍ସ ୟୁରୋପ, ଆଫ୍ରିକା, ଲାଟିନ୍‌ ଆମେରିକା,ମଧ୍ୟପ୍ରାଚ୍ୟ, ଏସିଆ ପ୍ରଭୃତିରେ କାରବାର ଜାରି ରଖିଛି ।

ସମ୍ବନ୍ଧିତ ଖବର