ବଜାରରେ ଇନଫିନିକ୍ସର ଡୁଆଲ୍‌ ଭୋଲଟି ସ୍ମାର୍ଟଫୋନ୍‌ ସ୍ମାର୍ଟ-୨

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସ ପକ୍ଷରୁ ସ୍ମାର୍ଟ-୨ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୫,୯୯୯ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧୮:୯ ଫୁଲ୍‌ ଭିୟୁ ଡିସ୍‌ପ୍ଲେ, ୮ଏମ୍‌ପି ଲୋ ଲାଇଟ୍‌ ସେଲଫି, ଡୁଆଲ୍‌ ଏଲଇଡି ଫ୍ଲାଶ୍‌, ଡୁଆଲ୍‌ ସିମ୍‌, ଡୁଆଲ୍‌ ଭୋଲଟି(୪ଜି + ୪ଜି), ଫେସ୍‌ ଅନ୍‌ଲକ୍‌ ସୁବିଧା ରହିଛି।

ଏଥିରେ ୨.୫ ଡି କର୍ଭଡ୍‌ ଏଡଜ, ୮୩% ସ୍କ୍ରିନ୍‌-ବଡି ଅନୁପାତ, ଆଇ କେୟାର ମୋଡ୍‌ ରହିଛି। ଏଥିରେ ୮ଏମ୍‌ପି ଲୋ ଲାଇଟ୍‌ ସେଲଫି କ୍ୟାମେରା, ଡୁଆଲ୍‌ ଫ୍ଲାଶ୍‌, ଏଫ୍‌/୨.୦ ଆପରେଚର୍‌, ବୋକେଶ୍‌ ସେଲଫି ମୋଡ୍‌ ଆଦି ରହିଛି। ଏହା ସହିତ ଏଥିରେ ୧୩ ଏମ୍‌ପି ପିଡିଏଏଫ୍‌ ପଛ କ୍ୟାମେରା, ଏଚ୍‌ଡିଆର୍‌, ବିୟୁଟି, ନାଇଟ୍‌ ଏବଂ ପାନାରୋମା ମୋଡ୍‌ ଆଦି ରହିଛି। ଏଥିରେ ଡୁଆଲ୍‌ ସିମ୍‌, ଡୁଆଲ୍‌ ଭୋଲଟି(୪ଜି + ୪ଜି), ୧୨୮ ଜିବି ବର୍ଦ୍ଧିତ ମେମୋରୀ କାର୍ଡ ସୁବିଧା ରହିଛି। ଏହି ସ୍ମାର୍ଟଫୋନ୍‌ରେ ୬୪ ବିଟ୍‌ ମେଡ଼ିଆଟେକ୍‌ ୬୭୩୯ ସହିତ ୧.୫ ଜିଏଚଜେଡ୍‌ କ୍ୱାଡ-କୋର୍‌ ପ୍ରୋସେସର। ଏକ୍ସଓଏସ୍‌ ୩.୩, ଆଣ୍ଡ୍ରଏଡ୍‌ ଓରିଓ ୮.୧ ଅପରେଟିଂ ସିଷ୍ଟମ୍‌, ୦.୩ ସେକେଣ୍ଡ କୁଇକ୍‌ ଫେସ୍‌ ଅନ୍‌ ଲକ୍‌ ସୁବିଧା ରହିଛି । ଏଥିରେ ୩୦୫୦ଏମଏଏଚ୍‌ ବ୍ୟାଟେରୀ ରହିଛି। ଯାହାକି ୨୧ଘଣ୍ଟାର ୪ଜି ଟକ୍‌ ଟାଇମ୍‌ ସୁବିଧା ପ୍ରଦାନ କରେ। ଏହାର ୨ ଜିବି ରାମ୍‌ ଓ ୧୬ ଜିବି ଇଣ୍ଟରନାଲ ମେମୋରୀ ସୁବିଧା ଥିବା ଫୋନ୍‌ର ମୂଲ୍ୟ ୫,୯୯୯ଟଙ୍କା ଏବଂ ୩ ଜିବି ରାମ୍‌, ୩୨ ଜିବି ରମ୍‌ ଫୋନ୍‌ର ମୂଲ୍ୟ ୬,୯୯୯ଟଙ୍କା ରହିଛି।

ସମ୍ବନ୍ଧିତ ଖବର