ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ନଭେମ୍ବର ମାସରେ ମୁଦ୍ରାସ୍ଫୀତି ହାର ୪. ୮୮%

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିବାରୁ ଗତ ନଭମ୍ବେର ମାସରେ ‘କଞ୍ଜ୍ୟୁମର୍‌ ପ୍ରାଇସ୍‌ ଇନ୍‌ଫ୍ଲାସନ୍‌’ (ସିପିଆଇ) ବା ଗ୍ରାହକ ମୂଲ୍ୟ ମୁଦ୍ରାସ୍ଫୀତି ୪. ୮୮% କୁ ବୃଦ୍ଧି ପାଇଥିଲା। ଗତବର୍ଷ ନଭେମ୍ବର ମାସରେ ଏହା ୩. ୬୩% ହୋଇଥିଲା।

୧୫ ମାସ ମଧ୍ୟରେ ମୁଦ୍ରାସ୍ଫତି ବହୁତ ବଢ଼ି ଯାଇଥିବା କଥା ମଙ୍ଗଳବାର ଦିନ ପ୍ରକାଶିତ ସରକକାରଙ୍କ ତଥ୍ୟ ଦର୍ଶାଉଛି। ଗତ ବର୍ଷ ଅଗଷ୍ଟ ମାସରେ ସର୍ବୋଚ୍ଚ ମୁଦ୍ରାସ୍ଫୀତି ହାର ୫. ୦୫% ଥିଲା। ନଭେମ୍ବର ମାସର ମୁଦ୍ରାସ୍ଫୀତି ସଂଖ୍ୟା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଆକଳନକୁ ଟପିଯାଇଛି। ମୁଦ୍ରାସ୍ଫୀତି ୪% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଅନୁମାନ କରିଥିଲା।

ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରୁ ମୁଦ୍ରାସ୍ଫୀତି ଘଟିଥିବା କଥା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୪. ୪୨% ଥିବା ବେଳେ ଅକ୍ଟୋବର ମାସରେ ଥିଲା ୧. ୯୦%। ତଥ୍ୟକୁ ଆହୁରି ଭାଗ ଭାଗ କଲେ ଜଣାପଡୁଛି ଯେ ବାର୍ଷିକ ହାରରେ ନଭେମ୍ବର ମାସରେ ଅଣ୍ଡାର ମୂଲ୍ୟ ୭. ୯୫% ବୃଦ୍ଧି ପାଇଥିଲା। ଗତ ମାସରେ ଅଣ୍ଡାର ମୂଲ୍ୟ ୦. ୬୯% ବୃଦ୍ଧି ପାଇଥିଲା। ନଭେମ୍ବର ମାସରେ ପନିପରିବାରେ ମୁଦ୍ରାସ୍ଫୀତି ଥିଲା ୨୨. ୪୮%। ଅକ୍ଟୋବର ମାସରେ ଏଥି ପାଇଁ ମୁଦ୍ରାସ୍ଫୀତି ଥିଲା ୭. ୪୭%।

ମୁଦ୍ରାସ୍ଫୀତିର ହାର ୪. ୨୦ ହେବ ବୋଲି ପୂର୍ବରୁ ରଏଟର୍‌ ଅର୍ଥନିତୀଜ୍ଞମାନେ କହିଥିଲେ। ମୁଦ୍ରାସ୍ଫୀତି ୪. ୨%- ୪. ୬% ରୁ ୪. ୩% କି, ୪. ୭% ହେବ ବୋଲି କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ୍‌ କହିଥିଲା।

ସମ୍ବନ୍ଧିତ ଖବର