ଭୁବନେଶ୍ବର: ନଅ ଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଅବସରରେ ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ସଚେତନତା ବାର୍ତ୍ତାକୁ ରାଜ୍ୟର କୋଣ ଅନୁକୋଣ‌ରେ ପହଞ୍ଚାଇବା ଲାଗି ପ୍ରସ୍ତୁତ କରିଥିବା ଅଭିଯାନରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନେ ଯୋଡ଼ିହୋଇଛନ୍ତି। ସେମାନଙ୍କ ଯୋଗଦାନ ଫଳରେ ସଚେତନତା ବାର୍ତ୍ତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି। ସେମାନେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଅଭିନବ ବାଲୁକା କଳା ନିକଟରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ସହ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ଫଟୋକୁ ସେୟାର କରିଛନ୍ତି।

Advertisment

ଇନଷ୍ଟ୍ରାଗ୍ରାମ, ଫେସ୍‌ବୁକ୍, ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ବହୁସଂଖ୍ୟକ ଅନୁଗାମୀଙ୍କ ଲାଗି ପରିଚିତ ଇନ୍‌ଫ୍ଲୁଏନ୍‌ସର୍‌ମାନେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମରେ ‌ଯୋଡ଼ି ହୋଇ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଦୈନନ୍ଦୀନ ଜୀବନରେ ଆର୍ଥିକ ଯୋଜନା ପ୍ରସ୍ତୁତ କରିବାର ମହତ୍ବ ଓ ଏକ ନିବେଶ ମାଧ୍ୟମ ଭାବେ ମ୍ୟୁଚୁଆଲ୍ ଫଣ୍ଡ୍‌ କିଭଳି ପ୍ରଭାବଶାଳୀ, ତାହା ଉପରେ ସେମାନେ ଗୁରୁତ୍ବାରୋପ କରୁଛନ୍ତି। ଏଥି ସହିତ ପୁରୀ ବଡ଼ଦାଣ୍ଡରେ ସ୍ଥାପନ କରାଯାଇଥିବା ଷ୍ଟଲ୍‌ ଏବଂ ଭୁବନେଶ୍ବର ଓ କଟକରେ ପରିକ୍ରମା କରୁଥିବା ନିବେଶ ରଥ ମଧ୍ୟ ଲୋକମାନଙ୍କୁ ଆକୃଷ୍ଟ କରିବା ସହ ସଚେତନତାକୁ ବ୍ୟାପକ କରୁଛି।