ବେଙ୍ଗାଲୁରୁ,: ଇନ୍ଫୋସିସ୍ର ନୂଆ ଏମ୍ଡି ତଥା ସିଇଓ ଭାବେ ସଲିଲ ପାରେଖ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶାଳ ସିକ୍କାଙ୍କ ପରେ ସଲିଲ୍ ଦ୍ୱିତୀୟ ବ୍ୟକ୍ତି ଭାବେ ଇନ୍ଫୋସିସ୍ର ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇଛନ୍ତି। ୫୩ ବର୍ଷୀୟ ସଲିଲ୍ ଇନ୍ଫୋସିସ୍ରେ ୫ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସଲିଲ୍ ଇନ୍ଫୋସିସ୍ କ୍ୟାମ୍ପସ୍ରେ ବୁଲିବା ସହିତ କେତେଜଣ ଅଧିକାରୀଙ୍କ ସହିତ ସେଲ୍ଫି ନେଇଛନ୍ତି। କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଇନ୍ଫୋସିସ୍ ଏହାର ଟ୍ଵିଟର ଆକାଉଣ୍ଟରେ ସିଇଓଙ୍କ କେତେକ ଫଟୋ ପୋଷ୍ଟ କରିଛି। ଗତବର୍ଷ ଡିସେମ୍ବର ୨ ତାରିଖରେ ସଲିଲଙ୍କୁ ଇନ୍ଫୋସିସ୍ର ସିଇଓଭାବେ ଚୟନ କରାଯାଇଥିଲା। କମ୍ପାନିର ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବା ସଲିଲ୍ଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ସେ କହିଛନ୍ତି। ଇନ୍ଫୋସିସ୍ରେ ଯୋଗଦେବା ପୂର୍ବରୁ ଆଇଟି କମ୍ପାନି କ୍ୟାପଜେମିନିରେ ସେ ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି।
ଇନ୍ଫୋସିସ୍ର ନୂଆ : ସିଇଓ ଦାୟିତ୍ୱ ନେଲେ
/sambad/media/post_attachments/wp-content/uploads/2018/01/anant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)