କର୍ମଚାରୀଙ୍କୁ ୮୦ ପ୍ରତିଶତ ଭାରିଏବଲ୍‌ ପେ ପ୍ରଦାନ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଆଇଟି କଂପାନି ଇନଫୋସିସ୍ କ୍ୟାମ୍ପସ୍ ନିଯୁକ୍ତି ବନ୍ଦ କରିଦେବ ବୋଲି ଘୋଷଣା କରି ଚଳିତବର୍ଷ ଅକ୍ଟୋବରରେ ହେଡଲାଇନ୍ ପ୍ରସ୍ତୁତ କରିଥିଲା। ଏହି ଚର୍ଚ୍ଚାର ମାସକ ପରେ କମ୍ପାନି ଅନ୍ୟ ଏକ ଘୋଷଣା କରି ସଭିଙ୍କୁ ଚକିତ କରିଦେଇଛି। କମ୍ପାନି ଘୋଷଣା କରିଛି ଯେ ନିଜ କର୍ମଚାରୀଙ୍କୁ ୮୦ ପ୍ରତିଶତ ଭାରିଏବଲ୍‌ ପେ ପ୍ରଦାନ କରିବ।

ତେବେ ଏହା ସମସ୍ତ କର୍ମଚାରୀ ନୁହେଁ, କେବଳ ଚୟନ ହୋଇଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏହି ବୋନସ୍‌ ତ୍ରୈମାସିକ ପ୍ରଦର୍ଶନ ବୋନସ୍ ଭାବରେ ଦିଆଯିବ। କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇମେଲରେ, କମ୍ପାନି ବୋନସର ମହତ୍ବକୁ ବୁଝାଇ ଜୁଲାଇ-ସେପ୍ଟେମ୍ବର ଅବଧି ମଧ୍ୟରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଅନୁସାରେ ବୋନସ୍‌ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

କମ୍ପାନୀର ଏଚ୍‌ଆର୍‌ ପକ୍ଷରୁ ମିଳିଥିବା ଏକ ମେଲ୍‌ରେ ଉଲ୍ଲେଖ କରାଯାଇଛି ଯେ ଏହି ଜୁଲାଇରୁ ସେପ୍ଟେମ୍ବର ମାସର କାର୍ଯ୍ୟଦକ୍ଷତା ଅନୁଯାୟୀ ବଛା ଯାଇଥିବା କର୍ମଚାରୀଙ୍କୁ ନଭେମ୍ବର ମାସରେ ବୋନସ୍‌ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ‘ଟାଇମ୍‌ ମାଗାଜିନ୍‌’ ଓ ଅନ୍‌ଲାଇନ୍‌ ଡାଟା ପ୍ଲାଟ୍‌ଫର୍ମ ‘‌ଷ୍ଟାଟିଷ୍ଟା’ ପ୍ରସ୍ତୁତ କରିଥିବା ୨୦୨୩ ବର୍ଷରେ ବିଶ୍ବର ୧୦୦ଟି ଶ୍ରେଷ୍ଠ କମ୍ପାନି ତାଲିକାରେ ଏକମାତ୍ର ଭାରତୀୟ କମ୍ପାନି ଭାବେ ‘ଇମ୍ଫୋସିସ୍‌’ ସ୍ଥାନ ପାଇଛି। ‘ମାଇକ୍ରୋସଫ୍ଟ୍‌’, ‘ଆପ୍ଲ’, ‘ଆଲ୍‌ଫାବେଟ୍‌’ ଓ ‘ମେଟା’ ଆଦି ‘ଟେକ୍‌ କମ୍ପାନି’ ସବୁ ଏହି ତାଲିକାର ଶୀର୍ଷ ସ୍ଥାନରେ ଥିବା ବ‌େଳେ ‘ଇନ୍‌ଫୋସିସ୍‌’ ୬୪ତମ ସ୍ଥାନରେ ରହିଛି।  ‘ଇନ୍‌ଫୋସିସ୍‌’ ବ୍ୟତୀତ ଆଉ ୭ଟି ଭାରତୀୟ କମ୍ପାନି ମଧ୍ୟ ‘ଟାଇମ୍’ ପ୍ରସ୍ତୁତ କରିଥିବା ୭୫୦ କମ୍ପାନି ତାଲିକାରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର