ଇଙ୍କ୍‌ ଷ୍ଟୋରିଜ୍‌ରେ ‘ନେ୍‌ଲ ଆର୍ଟ’

 ୩୦ରୁ ଅଧିକ ପ୍ରକାର ଡିଜାଇନ୍‌, ଦାମ୍‌ ୩୦୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର,: ବ୍ୟକ୍ତିଗତ ଯତ୍ନ (ପର୍ସନାଲ୍‌ କେୟାର)କୁ ନେଇ ଆଜିର ମହିଳାମାନେ ବେଶ ସଚେତନ। ସେମାନେ କେଶ ବିନ୍ୟାସ କରିବାଠାରୁ ଆରମ୍ଭ କରି ମେନିକ୍ୟୁର ଓ ପେଡିକ୍ୟୁର୍‌ କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସେବା ପାଇଁ ଅତ୍ୟାଧୁନିକ ସେଲୁନ୍‌ ଯିବାକୁ ପସନ୍ଦ କରୁଛନ୍ତି। ଭୁବନେଶ୍ୱରରେ ‘ଇଙ୍କ୍‌ ଷ୍ଟୋରିଜ୍‌’ ନାମକ ଏକ ଷ୍ଟୁଡିଓ ରହିଛି ଯାହା ଯୁବପିଢ଼ିଙ୍କ ବିିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେବା ପ୍ରଦାନ କରୁଛି। ପୁରୁଷଙ୍କ ପାଇଁ ଏହା ବଡି ଆର୍ଟ ଓ ଟାଟୁ ସହିତ ସେଲୁନ୍‌ର ସବୁ ପ୍ରକାର ସେବା ପ୍ରଦାନ କରୁଛି। ମହିଳାଙ୍କ ନିମନ୍ତେ ନିକଟରେ ଏହା ‘ନେଲ୍‌ ଆର୍ଟ’ ସେବା ଆରମ୍ଭ କରିଛି। ଗ୍ରାହକମାନେ ଇଙ୍କ୍‌ ଷ୍ଟୋରିଜ୍‌ର ଷ୍ଟୁଡିଓରେ ପହଞ୍ଚି ନିଜର ନଖକୁ ସୁନ୍ଦର ଓ ଆକର୍ଷଣୀୟ କରିପାରିବେ ବୋଲି ଏହାର ତତ୍ତ୍ୱାବଧାୟକ ସତୀଶ କୁମାର ପାତ୍ର କହିଛନ୍ତି। ସେ କହିଲେ, ଆମ ପାଖକୁ ସବୁ ବର୍ଗର ମହିଳା ଆସୁଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନେଲ୍‌ ଆର୍ଟକୁ ନେଇ ଯେତିକି ଆଗ୍ରହ ରହିଛି, ବିବାହିତ ମହିଳାମାନେ ମଧ୍ୟ ଏହାକୁ ନେଇ ସେତିକି ଆଗ୍ରହୀ ଅଛନ୍ତି। ଇଙ୍କ୍‌ ଷ୍ଟୋରିଜ୍‌ ପକ୍ଷରୁ ୩୦ରୁ ଅଧିକ ପ୍ରକାର ନେଲ୍‌ ଆର୍ଟ ଡିଜାଇନ୍‌ ପ୍ରଦାନ କରାଯାଉଛି। ନେଲ୍‌ ଆର୍ଟ ପାଇଁ ୩୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ ହେଉଛି। ଏହା ମାସେରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ବିଭିନ୍ନ ପ୍ରକାର ପାର୍ଟିରେ ଯୋଗ ଦେଉଥିବା ମହିଳାମାନେ ନେଲ୍‌ ଆର୍ଟ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହି ଷ୍ଟୁଡିଓ ପକ୍ଷରୁ ନେଲ୍‌ ଏକ୍ସଟେନ୍‌ସନ୍‌ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଆଗାମୀ ଦିନରେ ପୁରୀ ଓ କଟକରେ ନିଜର ଷ୍ଟୁଡିଓ ଖୋଲିବାକୁ ଶ୍ରୀ ପାତ୍ର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର