ଆଇନକ୍ସ ରାଜସ୍ବ‌େର ୨୬% ବୃଦ୍ଧି

ମୁମ୍ବାଇ: ଆଇନକ୍ସ ଲିଜର ଲିମିଟେଡ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ସମେତ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି। ୨୦୧୮-୧୯ରେ କମ୍ପାନିର ମୋଟ ରାଜସ୍ବରେ ୨୬% ବୃଦ୍ଧି ଘଟି ଏହା ୧୬୯୨ କୋଟିରେ ପହଞ୍ଚିଛି। ଟିକସ ପରବର୍ତୀ ପରିଚାଳନା ଲାଭରେ ୧୧୨% ବୃଦ୍ଧି ଘଟି ୧୨୯ କୋଟିରେ ପହଞ୍ଚିଛି। ଗତ ଚତୁର୍ଥ ‌ତ୍ରୟମାସରେ କମ୍ପାନିର ରାଜସ୍ବରେ ୪୮% ବୃଦ୍ଧି ଘଟି ୪୭୯ କୋଟି ଟଙ୍କାରେ ରହିଛି ବୋଲି କମ୍ପାନିର ନିର୍ଦେଶକ ସିଦ୍ଧାର୍ଥ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର