କୋଲକାତା: ଇନ୍‌ସାଇଡର ଟ୍ରେଡିଂ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଲକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଉଦିତ ତୋଡିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି। ସେବି ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ କୌଣସି ଅଘୋଷିତ ମୂଲ୍ୟ ସମ୍ବେଦନଶୀଳ ସୂଚନା ଶ୍ରୀ ତୋଡି ପ୍ରଦାନ କରିନଥିଲେ। ତେଣୁ ତାଙ୍କ ସମ୍ପର୍କରେ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ଏହି ମାମଲାରେ ସେବି ପକ୍ଷରୁ ଏକ ତଦନ୍ତ କରାଯାଇଥିଲା ଏବଂ ପ୍ରତିଭୂତି ବଜାରରେ ପ୍ରବେଶ କରିବା ଉପରେ ଶ୍ରୀ ତୋଡିଙ୍କ ସମେତ ୧୪ଟି ସଂସ୍ଥା ୨୦୨୨ ଜାନୁଆରି ୨୪ରେ ଉପରେ ରୋକ ଲଗାଯାଇଥିଲା। ସେହିବର୍ଷ ମେ’ ୨୭ରେ ଶ୍ରୀ ତୋଡି ଓ ଅନ୍ୟମାନଙ୍କୁ ଲକ୍ସ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଭୂତିରେ କାରବାରର ଅନୁମତି ଦିଆଯାଇଥିଲା। ଏବେ ସେବି ପକ୍ଷରୁ ଏହି ମାମଲାରେ ଶ୍ରୀ ତୋଡ଼ିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି।