ଭଡ଼ା ପାଇଁ ଅଧାବାଟରେ ଯାହାଙ୍କୁ ଓହ୍ଲାଇଦେଇଥିଲା ଡ୍ରାଇଭର, ସେମାନେ ଏବେ କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ: ଆପଣ ଟ୍ୟାକ୍ସି ବୁକିଂ ଆପ ଓଲା ବାବଦରେ ତ ନିଶ୍ଚିତ ଜାଣିଥିବେ | କିନ୍ତୁ ଆପଣ ଜାଣନ୍ତି କି ‘ଓଲା’ ଆରମ୍ଭ କରିବା ପଛରେ ଏକ ରୋମାଞ୍ଚକର କାହାଣୀ ଅଛି | ବାସ୍ତବରେ, ଏହି ଷ୍ଟାର୍ଟଅପ୍ ବାବଦରେ ୧୦ ବର୍ଷ ପୂର୍ବେ ଭବିଷ ଅଗ୍ରୱାଲ ଚିନ୍ତା କରିଥିଲେ | ଆଉ ତାଙ୍କ ଚିନ୍ତାଧାରା ଏମିତି ଏକ ରୂପ ନେଇଥିଲା, ଯାହାଦ୍ୱାରା ଆଜି ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁରକ୍ଷିତ ଭାବେ ଯାଇପାରୁଛେ | କମ ମୂଲ୍ୟରେ ଭଡା ଦେଇ ଆପଣଙ୍କ ପସନ୍ଦର ଗାଡି ମଧ୍ୟ ବୁକିଂ କରିପାରୁଛନ୍ତି | କିଛି ବର୍ଷ ତଳେ ଯେତେବେଳେ ଭବିଷ ଅଗ୍ରୱାଲ ଏବଂ ଅଙ୍କିତ ଭାଟି ଓଲା ବିଷୟରେ ଚିନ୍ତା କରିଥିଲେ ଓ ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡି ଦେଇଥିଲେ | ଆଉ ଏଭଳି ପଦକ୍ଷେପକୁ ନେଇ ସେମାନଙ୍କ ପରିବାର ଲୋକ ତାଙ୍କୁ ପରିହାସ କରିଥିଲେ। ହେଲେ ଆଜି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି | ଆଜି ଆମେ ଆପଣଙ୍କୁ କହିବୁ କେମିତି ଆରମ୍ଭ ହୋଇଥିଲା ‘ଓଲା’ ?

୨୦୦୭ରେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଦୁଇ ଯୁବକ ଛାତ୍ର ଭବିଷ ଅଗ୍ରୱାଲ ଏବଂ ଅଙ୍କିତ ଭାଟି ନିଜ କ୍ୟାମ୍ପସରୁ ୩୩୫ କିଲୋମିଟର ଦୂରରେ ଥିବା ମହାରାଷ୍ଟ୍ରର ରତ୍ନଗିରି ଅଭିମୁଖେ ସାଇକେଲ ମାଧ୍ୟମରେ ଯାତ୍ରା କରିଥିଲେ। ଦୁଇ ବନ୍ଧୁ ଭ୍ରମଣ କରିବାକୁ ଖୁବ ଭଲ ପାଉଥିଲେ। ରତ୍ନଗିରିରୁ ଯେତେବେଳେ ସେମାନେ ବାଙ୍ଗାଲୋର ଯିବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ଆଉ ସାଇକେଲ ନ ଚଳାଇ ଏକ କାର ଭଡାରେ ନେବାକୁ ନିଷ୍ପତ୍ତି ନେଇଥିଲେ |

ତେବେ ଅଧାବାଟରେ କାର ଡ୍ରାଇଭର ସେମାନଙ୍କୁ ଅଧିକ ଟଙ୍କା ଦେବାକୁ କହି ଓହ୍ଲାଇଦେଇଥିଲା | ଦୁଇ ସାଙ୍ଗଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ଉଭୟ ଆଉ କାରରେ ନ ଯାଇ ବସରେ ଯାଇଥିଲେ | ସେଠାରୁ ଉଭୟଙ୍କ ମୁଣ୍ଡକୁ ଆପ୍ ଆଧାରିତ ଷ୍ଟାର୍ଟଅପ୍ (OLA) ର ଚିନ୍ତାଧାରା ଆସିଥିଲା ଏବଂ ଏହା ଉପରେ ଉଭୟ କାମ କରିବା ଆରମ୍ଭ କଲେ | ଆଉ ଏଭଳି ଭାବେ ୨୦୧୧ ରେ ଦୁଇଜଣ ସାଙ୍ଗ ମିଶି ଓଲା କ୍ୟାବ ଗଠନ କରିଥିଲେ। ଆଜି ଏହି ଆପ ଭାରତର ପ୍ରାୟ ସବୁ ସହରର ଲୋକ ବ୍ୟବହାର କରୁଥିବାବେଳେ କୋଟି କୋଟି ଟଙ୍କା ଆୟ ମଧ୍ୟ କରୁଛି |

ସମ୍ବନ୍ଧିତ ଖବର