ସାରା ବିଶ୍ୱରେ ଠପ୍‌ ହୋଇଗଲା ଇନ୍‌ଷ୍ଟାଗ୍ରାମ୍‌, ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇ ପଡ଼ି ରହିଲା େଓ୍ଵବ୍‌ସାଇଟ୍‌ ଏବଂ ଆପ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ହଠାତ୍‌ ବନ୍ଦ ହୋଇ ଯାଇଥିଲା ଇନ୍‌ଷ୍ଟାଗ୍ରାମ । କେହି କିଛି ବୁଝି ପାରୁ ନଥିବା ବେଳେ ଏକ ଘଣ୍ଟା ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମର ସାଇଟ୍‌ ଏବଂ ଆପ୍‌ ବନ୍ଦ ହୋଇ ପଡ଼ି ରହିଥିଲା । ସର୍ଭର ଏରର୍‌ ଦେଖାଇବାରୁ ବ୍ୟବହାକରୀମାନଙ୍କ ଚିନ୍ତିତ ହୋଇ ଯାଇଥିଲେ । ଏହି ଘଣ୍ଟାକ ମଧ୍ୟରେ କେହି ନିଜର ଫଟୋ ଅପ୍‌ଲୋଡ଼ କରି ପାରି ନଥିବା ବେଳେ ନିଜ ନିଜର ପ୍ରୋଫାଇଲ ମଧ୍ୟ ଦେଖି ପାରି ନଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଯାଇ େଓ୍ଵବ୍‌ସାଇଟ୍‌ ଏବଂ ଆପ୍‌ ଘଣ୍ଟାକ ମଧ୍ୟ ପୂର୍ବ ପରି କରିବାରେ ସଫଳ ହୋଇଥିଲା କମ୍ପାନି ।

Lifewire

ସୂଚନା ମୁତାବକ, ବୁଧବାର ମଧ୍ୟାହ୍ନ ସମୟରେ ହଠାତ୍‌ ଇନ୍‌ଷ୍ଟାଗ୍ରାମ ବନ୍ଦ ହୋଇଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କୌଣସି ପେଜ୍‌ ଖୋଲୁ ନଥିବା ବେଳେ କୌଣସି ଜିନିଷ ସର୍ଚ୍ଚ ମଧ୍ୟ କରାଯାଇ ପାରି ନଥିଲା । ସମସ୍ତେ ନିଜ ନିଜର ଫଟୋ ଅପ୍‌ଲୋଡ଼ କରିବା ପାଇଁ ଚେଷ୍ଟା କରୁଥିବା ସର୍ଭର ଏରର୍‌ ଦେଖାଇଥିଲା । କୁହାଯାଉଛି କି ଏହି ସମସ୍ୟା କାରଣରୁ ଭାରତ, ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ଇନ୍‌ଷ୍ଟାଗ୍ରାମ ଘଣ୍ଟାକ ପାଇଁ ଚାଲିବା ବନ୍ଦ ହୋଇ ଯାଇଥିଲା । କିନ୍ତୁ କମ୍ପାନି ତରଫରୁ ଏହି ସମସ୍ୟାକୁ ଗମ୍ଭୀରତାର ସହ ନିଆଯାଇ ଏହାର ତୁରନ୍ତ ସମାଧାନ କରାଯାଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର