‘ଇନ୍‌ଷ୍ଟାଣ୍ଟ୍‌ ଲୋନ୍‌ ଆପ୍‌’ ଦୁର୍ନୀତି: ଅଣସ୍ୱୀକୃତ ମୋବାଇଲ୍‌ ଆପ୍‌ର ଶିକାର ନ ହେବାକୁ ରିଜର୍ଭ ବ୍ୟାଙ୍କ୍‌ର ଚେତାବନୀ

ନୂଆଦିଲ୍ଲୀ: ତୁରନ୍ତ ଓ ଜଟିଳ ପ୍ରକ୍ରିୟା ମୁକ୍ତ ଋଣ ଦେବା ପାଇଁ ପ୍ରତିଶ୍ରୁତି ଦେଉଥିବା କେତେକ ଅଣସ୍ୱୀକୃତ ଜିଡିଟାଲ୍‌ ପ୍ଲାଟ୍‌ଫର୍ମ ଓ ମୋବାଇଲ୍‌ ଆପ୍ଲିକେସନ୍‌ ପ୍ରତି ସତର୍କ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି। ଦେଶର ଏକାଧିକ ସହରରେ ନେଟ୍‌ଓ୍ଵାର୍କ ଥିବା ଏକ ପ୍ରମୁଖ ‘ଇନ୍‌ଷ୍ଟାଣ୍ଟ୍‌ ଲୋନ୍‌ ଆପ୍‌’ ସ୍କାମ୍‌ ଧରାପଡ଼ିବା ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଏଭଳି ସତର୍କତା ଜାରି କରିଛି।

ଲୋନ୍‌ ବା ଋଣ ଆଦାୟକାରୀଙ୍କ ଦ୍ୱାରା ହଇରାଣ ହୋଇ ଗତ କେତେ ସପ୍ତାହ ହେବ ତିନିଜଣ ଲୋକ ଆତ୍ମହତ୍ୟା କରିବା ଘଟଣାରେ ଦିଲ୍ଲୀ, ଗୁରୁଗ୍ରାମ ଓ ହାଇଦ୍ରାବାଦରେ ୧୭ଜଣଙ୍କୁ ଗିରଫ କରାଯାଇଛି।

Image Courtesy of Telengana Today

ଜାରି କରିଥିବା ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍‌ କହିଛି, ବ୍ୟକ୍ତିବଶେଷ/କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହି ତୁରନ୍ତ ଏବଂ ଝମ୍ବିଲାମୁକ୍ତ ପ୍ରକ୍ରିୟାରେ ଋଣ ଦେବା ପାଇଁ ପ୍ରତିଶ୍ରୁତି ଦେଉଥିବା ଅଣସ୍ୱୀକୃତ ଡିଜିଟାଲ୍‌ ଲେଣ୍ଡିଙ୍ଗ୍‌ ପ୍ଲାଟ୍‌ଫର୍ମ/ମୋବାଇଲ୍‌ ଆପ୍‌ର ସରବ୍ୟ ହେଉଛନ୍ତି। ସେମାନେ ଋଣଗ୍ରହୀତାଙ୍କ ଠାରୁ ମାତ୍ରାଧିକ ହାରରେ ସୁଧ ଏବଂ ଗୁପ୍ତ ରଖା ଯାଇଥିବା ଅନ୍ୟାନ୍ୟ ଦେୟ ଦାବି କରୁଛନ୍ତି। ଋଣ ଆଦାୟ ପାଇଁ ସେମାନେ ଅଗ୍ରହଣୀୟ ଏବଂ କଠୋର ନୀତି ଅବଲମ୍ବନ କରୁଛନ୍ତି।

ଏହାଛଡ଼ା, ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ବ୍ୟାଙ୍କ୍‌ ଏବଂ ରିଜର୍ଭ ବ୍ୟାଙ୍କ୍‌ ପଞ୍ଜିକୃତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଅଣ-ବ୍ୟାଙ୍କିଙ୍ଗ୍‌ ଅର୍ଥନୈତିକ କମ୍ପାନି ଓ ସଂସ୍ଥାନ ବୈଧ୍ୟ ଋଣ ପ୍ରଦାନ କରିପାରିବେ। ତେଣୁ ଯେଉଁ କମ୍ପାନିମାନେ ଅନାୟାସରେ ଋଣ ଦେବା ନିମନ୍ତେ ପ୍ରଲୋଭନ ଦେଖାଉଛନ୍ତି ସେମାନଙ୍କର ପୃଷ୍ଠଭୂମି ଯାଞ୍ଚ କରନ୍ତୁ।

ସମ୍ବନ୍ଧିତ ଖବର