ନୂଆଦିଲ୍ଲୀ : ଏଣିକି ହ୍ଵାଟ୍ସଆପରେ ମିଳିବ ବୀମା ପଲିସୀର ଡେଲିଭରୀ । ଦେଶର ପ୍ରଥମ ବୀମା କମ୍ପାନିଭାବେ ଫ୍ୟୁଚର ଜେନେରାଲି ଇଣ୍ଡିଆ ବୀମା ପଲିସିକୁ ହ୍ଵାଟ୍ସଆପ୍ ଜରିଆରେ ପ୍ରେରଣ କରିବା ସୁବିଧାର ଶୁଭାରମ୍ଭ କରିଛି। ଏହା ହେଉଛି ଏକ ତୁରନ୍ତ ଓ ଅତରିକ୍ତ ଡେଲିଭରି ବିକଳ୍ପ ଯାହାକୁ ଗ୍ରାହକମାନଙ୍କର ସୁବିଧା ପାଇଁ ଏଫ୍ଜିଆଇଆଇଙ୍କ ଦ୍ୱାରା ଗ୍ରହଣ କରାଯାଇଛି।
କେ.ଜି. କ୍ରିଷ୍ଣମୁର୍ଥି ରାଓ, ଏମ୍ଡି ଓ ସିଇଓ, ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ଏହି ଅବସରରେ କହିଛନ୍ତି ଯେ ବର୍ତ୍ତମାନ ହ୍ଵାଟ୍ସଆପ୍ର ବ୍ୟାପକ ଭାବରେ ବ୍ୟବହାର କରାଯାଉଛି ଓ ଏହା ଯୋଗଯୋଗର ଏକ ପ୍ରମୁଖ ମାଧ୍ୟମ ରୂପେ ପରିଣତ ହୋଇଛି। ଏହାଦ୍ୱାରା ଗ୍ରାହକଜଣକ ସେମାନଙ୍କର ପଲିସି କାଗଜପତ୍ରକୁ ତୁରନ୍ତ ପ୍ରାପ୍ତ କରିପାରିବେ। ଏହା ହେଉଛି ଏପରି ଏକ ଆପ୍ ଯାହାକୁ ସମସ୍ତେ ବ୍ୟବହାର କରିବା ଜାଣିଛନ୍ତି, ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବାସ କରୁଥିବା ସେ ଜଣେ ବରିଷ୍ଠ ନାଗରିକ, ବୃତ୍ତିଧାରୀ ବା ଯୁବକ ହୁଅନ୍ତୁ ନା କାହିଁକି। ହ୍ଵାଟ୍ସଆପ୍ ପରି ତୁରନ୍ତ ମେସେଜିଂ ସେବା ଦ୍ୱାରା ଇନ୍ସ୍ୟୁରାନ୍ସ ଉଦ୍ୟୋଗରେ ଏକ ବିରାଟ ପରିବର୍ତ୍ତନ ଆସିବ । ଏହା ସହିତ ଗ୍ରାହକ ସନ୍ତୁଷ୍ଟି ବୃଞ୍ଚି ପାଇବ। ଏଫ୍ଜିଆଇଆଇ ନିମନ୍ତେ ବୈଷୟିକ ଉପଯୋଗୀ ଉପଯୁକ୍ତ ଗ୍ରାହକ ସେବା ହେଉଛି ଆମର ପ୍ରମୁଖ ଲକ୍ଷ୍ୟ ଓ ଆମେ ଏହି ସେବା ପ୍ରଦାନ କରିବାରେ ପ୍ରଥମ କମ୍ପାନୀ ହୋଇଥିବାରୁ ଗର୍ବ ଅନୁଭବ କରୁଛୁ ବୋଲି ଶ୍ରୀ ରାଓ କହିଥିଲେ। ଯେଉଁ ଗ୍ରାହକମାନେ ବର୍ତ୍ତମାନ ଏଫ୍ଜିଆଇଆଇ ସହିତ ଏକ ନୂଆ ପଲିସି କ୍ରୟ କରିବେ ବା ନବୀକରଣ କରିବେ ସେମାନେ ପଲିସି କାଗଜାତ ଓ ଇମେଲ୍ ବ୍ୟତୀତ ଏକ ସୁନିଶ୍ଚିତ ଟେକ୍ସଟ ସହିତ ହ୍ଵାଟ୍ସଆପ୍ରେ ଏକ ଇନ୍ଷ୍ଟାଣ୍ଟ ମେସେଜ୍ ଲାଭ କରିବେ।