ବୀମା ପଲିସି ସହିତ ଆଧାର ସଂଯୋଗ ବି ବାଧ୍ୟତାମୂଳକ

ବୀମା ନିୟାମକ ଆଇ ଆର ଡିଏଆଇ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ବୀମା ପଲିସି ସହିତ ଆଧାର ସଂଯୋଗ କରାଯିବା ବାଧ୍ୟତାମୂଳକ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ କାରବାରର ନିବାରଣ ଦ୍ୱିତୀୟ ସଂଶୋଧନ ନିୟମ-୨୦୧୭ ଅନୁଯାୟୀ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ମାସରେ ସରକାର ଅର୍ଥ କାରବାରର ନିବାରଣ ଦ୍ୱିତୀୟ ସଂଶୋଧନ ନିୟମ-୨୦୧୭ ଅନୁଯାୟୀ ପ୍ରତ୍ୟେକ ଅର୍ଥନୈତିକ ସେବାରେ ଆଧାର ଏବଂ ପ୍ୟାନ୍‌ ବା ଫର୍ମ ୬୦କୁ ସଂଯୋଗ କରାଯିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିରେ ବୀମା ପଲିସିକୁ ବି ସାମିଲ କରାଯାଇଥିଲା। ଏଣୁ ପ୍ରତ୍ୟେକ ଲାଇଫ୍‌ ଇନସୁରାନସ୍‌ ଏବଂ ଜେନେରାଲ୍‌ ଇନସୁରାନସ୍‌ କଂପାନି ଏହି ନିୟମ ପାଳନ କରିବାକୁ ବାଧ୍ୟ ଏବଂ ସେମାନେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନ କରି ଏହାକୁ ତତକାଳ ଲାଗୁ କରିବାକୁ ବୀମା ନିୟାମକ ଆଇ ଆର ଡିଏଆଇ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ଟିପ୍ପଣୀ ଦେଇ ଆଇ ସି ଆଇ ସି ଆଇ ଲମବାର୍ଡ ଏମ୍‌ ଡି ତଥା ସି ଇ ଭାର୍ଗବ ଦାସଗୁପ୍ତା କହିଛନ୍ତି ଯେ ଦେଶରେ ଅର୍ଥନୈତିକ ସେବା କ୍ଷେତ୍ରରେ ଏକକ ପ୍ଲାଟଫର୍ମ ତିଆରି କରିବା ଲାଗି ଏହା ଏକ ପ୍ରଗତିଶୀଳ ଓ ଯୁକ୍ତିଯୁକ୍ତ ପଦକ୍ଷେପ । ଏଥିରେ କେତେ ଚ୍ୟାଲେଂଜ୍‌ ଆସିପାରେ ମାତ୍ର ତାର ପ୍ରତିରୋଧ କରିବା ଲାଗି ଦୀର୍ଘକାଳୀନ ସୁବିଧା ପାଇବା ଏବଂ କେ ଓ୍ଵାଇସିରେ ଠକାମିରେ ନ ପଡ଼ିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସଂପ୍ରତି ଦେଶରେ ୨୪ଟି ବୀମା କଂପାନି ଏବଂ ୩୩ ଟି ଜେନେରାଲ୍‌ ଇନସୁରାନସ୍‌ କଂପାନି ରହିଛି।

ସମ୍ବନ୍ଧିତ ଖବର