ଅନ୍ତର୍ଜାତୀୟ ବିଜ୍ଞାନ ସମ୍ମିଳନୀରେ ଭାଗ ନେବେ ଏଲନ୍‌ ଛାତ୍ରଛାତ୍ରୀ

କୋଟା: ଅନ୍ତର୍ଜାତୀୟ ବିଜ୍ଞାନ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରିବାକୁ ଥିବା ୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏଲନ କ୍ୟାରିୟର ଇନଷ୍ଟିଚ୍ୟୁଟର ୩ଜଣ ଅଛନ୍ତି। ସେମାନେ ହେଲେ ଆୟୁଷ୍ମାନ ତ୍ରିପାଠୀ, ରାଜଦୀପ ଧିଙ୍ଗଡ଼ା ଏବଂ ସ୍ତୁତି ଖଣ୍ଡୱାଲା। ଆସନ୍ତା ଜୁଲାଇରେ ଏହି ୪୦ତମ ପ୍ରଫେସର ହେରି ମେସେଲ ଅନ୍ତର୍ଜାତୀୟ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହେବ। ବେଙ୍ଗାଲୁରୁର ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେବାକୁ ଥିବା ଓରିଏଣ୍ଟେସନର ଅଧିବେଶନରେ ଭାଗ ନେବା ପାଇଁ ଏହି ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଏଲନ କ୍ୟାରିଅର ଇନଷ୍ଟିଚ୍ୟୁଟ୍‌ର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ କହିଛନ୍ତି।

ସମ୍ବନ୍ଧିତ ଖବର