ମୋରାଟୋରିଅମ୍‌ରେ ସୁଧ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ବି ନିଷ୍ପତ୍ତି ହୋଇପାରୁନି

ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବେ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ମୋ‌ରାଟୋରିଅମ୍ ଅବଧିରେ ସୁଧ ଛାଡ଼ ହେବ ନା ନାହିଁ ତାହାର ନିଷ୍ପତ୍ତି ହୋଇପାରୁନାହିଁ। ବ୍ୟାଙ୍କଗୁଡ଼ିକ ସୁଧ ଛାଡ଼ କରିବାକୁ ଚାହୁନାହାନ୍ତି। ଏହି ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରୁଥିବା ସୁପ୍ରମିକୋର୍ଟଙ୍କ ଏକ ଖଣ୍ଡପୀଠ ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବା ଲାଗି ଆଟର୍ଣ୍ଣି ଜେନେରାଲ୍ ତୁଷାର ମେହତାଙ୍କୁ କହିଛନ୍ତି। ଚଳିତ ସପ୍ତାହ ଶେଷ ସୁଦ୍ଧା ଏହି ଆଲୋଚନା କରିବାକୁ କୋର୍ଟ ‌କହିଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୧୭ରେ ହେବ। ବିଚାରପତି ଅଶୋକ ଭୂଷଣ, ଏସ୍‌କେ କୌଲ ଓ ଏମ୍‌ଆର୍‌ ଶାହଙ୍କ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉପରେ ଆଟର୍ଣ୍ଣି ଜେନେରାଲଙ୍କୁ ଉତ୍ତର ମାଗିଛନ୍ତି। କିଭଳି ତିନି ମାସର ସୁଧକୁ ଗ୍ରାହକଙ୍କ ଖାତାରେ ଯୋଡ଼ାଯିବ ବୋଲି କୋର୍ଟ ପ୍ରଶ୍ନ କରିବାରୁ ମେହତା କହିଛନ୍ତି ଯେ ମୁଁ ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ସହ ଏପ୍ରସଙ୍ଗରେ ବୈଠକ ଡକାଇ ଆଲୋଚନା କରିବି। ଶୁଶାଣି ଚାଲିଥିବା ବେଳେ ଏସ୍‌ବିଆଇର ଆଇନଜୀବୀ ମୁକୁଲ ରୋହତୋଗୀ କହିଥିଲେ ଯେ, ଛଅ ମାସର ମୋରାଟୋରିଅମ୍ ଅବଧିରେ ସୁଧ ଛାଡ଼ ନହେଉ ବୋଲି ସବୁ ବ୍ୟାଙ୍କ ଚାହୁଛନ୍ତି।

ସମ୍ବନ୍ଧିତ ଖବର