କୃଷି ଋଣ ଉପରେ ମିଳିବନି ସୁଧ ଛାଡ଼ ଲାଭ
ନୂଆଦିଲ୍ଲୀ : ମୋରାଟୋରିଅମ୍ ସମୟର ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ଲାଗି ଯେଉଁ ସ୍କିମ୍ ରହିଛି ତାହାର ଲାଭ କୃଷି ଋଣ ନେଇଥିବା ଗ୍ରାହକଙ୍କୁ ମିଳିବ ନାହିଁ। ସରକାର ଏହା ସ୍ପଷ୍ଟ କରିଛନ୍ତି। ଫସଲ ଓ ଟ୍ରାକ୍ଟର ଋଣ କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ଆସୁଛି। ଚକ୍ରବୃଦ୍ଧି ଛାଡ଼ ସ୍କିମ୍ ଯେଉଁ ଆଠଟି କ୍ଷେତ୍ରରେ ଲାଗୁ କରାଯିବ ସେଥିରେ କୃଷି କ୍ଷେତ୍ରକୁ ସାମିଲ କରାଯାଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ଏସ୍ଏମ୍ଇ, ଶିକ୍ଷା, ଘର, କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ, କ୍ରେଡିଟ୍ କାର୍ଡ ଦେୟ, ଗାଡ଼ି ଓ ବ୍ୟକ୍ତିଗତ ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ର ଲାଭ ମିଳିବ। ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ଗ୍ରାହକଙ୍କ ଖାତାରେ ସୁଧ ଛାଡ଼ ବାବଦ ଟଙ୍କା ଜମା କରିବାକୁ ଆର୍ଥିକ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୬ ମାସର ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା।