ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ ଯେଉଁ କଟକଣା ଜାରି କରାଯାଇଛି ତାହାର ସମୟ ସୀମାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ତରଫରୁ ଆଜି ଏହି ଘୋଷଣା କରାଯାଇଛି। ଗତବର୍ଷ ମାର୍ଚ୍ଚ ୨୩ ପରଠାରୁ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ବନ୍ଦ ରହିଛି। ମାତ୍ର କିଛି ନିର୍ଦିଷ୍ଟ ମାମଲାରେ କେତେକ ସ୍ବତନ୍ତ୍ର ରୁଟ୍ରେ ଆନ୍ତର୍ଜାତିକ ସିଡ୍ୟୁଲ୍ଡ ବିମାନର ଉଡ଼ାଣ ଲାଗି ଅନୁମତି ଦିଆଯିବା ପ୍ରକ୍ରିୟା ଜାରି ରହିବ ବୋଲି ଡିଜିସିଏ କହିଛି।
ଆନ୍ତର୍ଜାତିକ ବିମାନ ଉଡ଼ାଣ କଟକଣା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି
/sambad/media/post_attachments/wp-content/uploads/2021/04/flight-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)