ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟ କାରଣରୁ ଅଗଷ୍ଟ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍’ ଶୁକ୍ରବାର ଦିନ ଘୋଷଣା କରିଛି।
ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ସର୍କ୍ୟୁଲାର୍ରେ ‘ଡିଜିସିଏ’ କହିଛି ଯେ, ଅନ୍ତର୍ଜାତୀୟ ପଣ୍ୟବାହୀ ବିମାନ ଚଳାଚଳ ଏବଂ ସ୍ବତନ୍ତ୍ର ଅନୁମୋଦନ ପାଇଥିବା ବିମାନ ଚଳାଚଳ ପାଇଁ ଏହି କଟକଣା ଲାଗୁ ହେବନାହିଁ।
/sambad/media/post_attachments/wp-content/uploads/2020/07/plain.jpg)
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଦେଶରେ କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଥିବା ବେଳେ ଅଟିକି ରହିଥିବା ବ୍ୟକ୍ତିବିଶେଷଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ୨୫୦୦ରୁ ଅଧିକ ବିଦେଶୀ ବିମାନ ଭାରତକୁ ଆସିବାକୁ ଓ ଭାରତରୁ ଛାଡ଼ିବାକୁ ଅନୁମତି ଦିଆଯାଇଥିଲା।
ସେହିଭଳି ବନ୍ଦେ ଭାରତ ମିସନ୍ରେ ଏୟାର୍ ଇଣ୍ଡିଆ ଏବଂ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଅଟକି ଯାଇଥିବା ସମୁଦାୟ ୨, ୬୭, ୪୩୬ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଛି। ଏହାଛଡ଼ା, ମେ ୬ ତାରିଖରୁ ଜୁଲାଇ ୩୦ ତାରିଖ ମଧ୍ୟରେ ଅନ୍ୟାନ୍ୟ ଚାର୍ଟର୍ ବିମାନ ଅଟକି ଯାଇଥିବା ୪, ୮୬, ୮୧୧ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଛି।