ନୂଆଦିଲ୍ଲୀ: କରୋନା ମହାମାରୀ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପୂର୍ବରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଥିବାବେଳେ ଆଜି ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ନିର୍ଦ୍ଦିଷ୍ଟ ଭିତ୍ତିରେ କେତେକ ବିମାନର ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ମିଳିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କାର୍ଗୋ ବିମାନର ଉଡ଼ାଣ ପୂର୍ବପରି ଜାରି ରହିବ। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ସତ୍ତ୍ବେ କେହି ବିଦେଶ ଯିବାକୁ ଚାହୁଥିଲେ ସେ ଏୟାର ବବଲ୍ ଯୋଜନାରେ ବିଦେଶକୁ ଯାଇପାରିବେ। ଏୟାର ବବଲ୍ ଯୋଜନା ଦୁଇ ଦେଶ ମଧ୍ୟରେ ହୋଇଥାଏ। ଫଳରେ ସେହି ଦେଶଦ୍ବୟର ଏୟାରଲାଇନ୍ସଗୁଡ଼ିକ ସ୍ବତନ୍ତ୍ର ବିମାନ ଚଳାଚଳ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ପ୍ରାୟ ୨୨ଟି ଦେଶ ସହିତ ଏୟାର ବବଲ୍ ରାଜିନାମା ହୋଇଛି। ଏଥିସହିତ ଚଳିତବର୍ଷ ମେ ମାସରୁ ବନ୍ଦେ ଭାରତ ମିସନ ଯୋଜନାରେ ସ୍ବତନ୍ତ୍ର ବିମାନରେ ବିଦେଶରୁ ଯାତ୍ରୀମାନଙ୍କୁ ଆଣିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଚଳିତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିଛି।
ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ
/sambad/media/post_attachments/wp-content/uploads/2020/06/flights1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)